Breaking News

ଗଛରେ ପିଟି ହୋଇ ବାଇକ୍ ଚାଳକଙ୍କ ମୃତ୍ୟୁ

A motorcyclist dies after being hit by a tree  
ଭଞ୍ଜନଗର---    ଭଞ୍ଜନଗର ରାସ୍ତାକଡ ଗଛରେ ପିଟି ହୋଇ ବାଇକ୍ ଚାଳକର ମୃତ୍ୟୁ ଘଟିଥିବା ବେଳେ ସହଯାେଗୀ ଗୁରୁତର ଆହତ ଏମିତିଏକ ଘଟଣା ଘଟିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗାଲେରୀ ରାସ୍ତାର ଡାଳଖାଇ ମନ୍ଦିର ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ମୃତକ ହେଲେ ହରିଶଙ୍କର ସ୍ବାଇଁ ଆହତ ବ୍ୟକ୍ତି ହେଲେ ଜଗମୋହନ ଗୈାଡ ଘର ଭଞ୍ଜନଗର ଥାନା ଅଧିକାରୀ ବାଉଁଶଲୁଣ୍ଡି ଗ୍ରାମରେ । ଖବର ନେବାରେ ହରିଶଙ୍କର ଓ ଜଗମୋହନ ଦୁହେଁ ମିଶି ଏକ ବାଇକରେ ଗାଲେରୀ ମହାବିଦ୍ୟାଳୟରୁ ପରୀକ୍ଷା ଦେଇ ନିଜ ଗ୍ରାମ ଭଞ୍ଜନଗର ନିକଟ ବାଉଁଶଲୁଣ୍ଡି ଗ୍ରାମକୁ ବାଇକ୍ ରେ ଦୁତଗତିରେ ଆସୁଥିଲେ ।  ଭାରସାମ୍ୟ ହରାଇ ରାସ୍ତା କଢରେ ଥିବା ଗଛକୁ ପିଟିବା ଫଳରେ ବାଇକ୍ ଚାଳକ ହରିଶଙ୍କର ଓ ଜଗମୋହନ ଛଟିକି ହେଇ ପଡିବାରୁ ଦୁହେଁ ଗୁରୁତର ହେଇପଡିଥିଲେ । ସ୍ଥାନୀୟ ଲୋକମାନେ ଦୁହେଁକୁ ଉଦ୍ଧାର କରି   ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ  ଡାକ୍ତର ହରିଶଙ୍କରକୁ ମୃତ ଘୋଷଣା କରିଥିଲେ ।  ଜଗମୋହନର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ତାନନ୍ତର କରାଯାଇଛି।  ଭଞ୍ଜନଗର ପୋଲିସ ମୃତ୍ୟୁ ଖବର ପାଇବା ପରେ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ  ପଠାଇ ଦିଆଯାଇଥିଲା ।  ଏ ନେଇ ଭଞ୍ଜନଗର ଥାନାରେ ଏକ ମାମଲା  ରୁଜୁ ହେଇଥିବା ଥାନାଧିକାରୀ ସୁଦିପ୍ର  କୁମାର ସାହୁ କହିଛନ୍ତ। ଏହି ଦୁଘଟଣାକୁ ନେଇ ଅଧିକ ତଦନ୍ତଜାରି ରହିଥିବା ଥାନାଧିକାରୀ ଶ୍ରୀ ସାହୁ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୧୨/୨୦୨୧---୮,୪୦
 Sakhigopal News

Blog Archive

Popular Posts