ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ର ଙ୍କ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶୀ ଓ ଗୁରୁ ବନ୍ଦନା
ଡେଲାଙ୍ଗ_ ଜଗଦଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରେକୃଷ୍ଣ ପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ମାନେ ଛାତ୍ର ଛାତ୍ରୀଙ୍କ ଗୁରୁ ଭକ୍ତି, ଓଡିଶୀ ଓ ଗୁରୁ ବନ୍ଦନାରେ ଓ ଗୁରୁଙ୍କ ଉଦେଶ୍ୟରେ ସମର୍ପିତ ନୃତ୍ୟ ପରିବେଷଣ କରାଯାଇଛି ।ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ପ୍ରଶାନ୍ତ କୁମାର ଦାସ ଏଥିରେ ସଭାପତିତ୍ବ କରିଥିଲେ । ଏଥିରେ ଅତିଥି ଭାବେ ବିଇଓ ଶତୃଘ୍ନ ବେହେରା, ପ୍ରାକ୍ତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା,ଏବିଇଓ ଲକ୍ଷ୍ମଣ ପ୍ରଧାନ , ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ,,ଗାଦି ବ୍ରହ୍ମ କଲେଜ ଅଧ୍ୟକ୍ଷ ସରୋଜ କୁମାର ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ବଳବନ୍ତରାୟ,ପ୍ରଧାନ ଶିକ୍ଷକ ମନୋରଞ୍ଜନ ପ୍ରଧାନ, ଶିକ୍ଷକ ନେତା ପବିତ୍ର ଜେନା,ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାୟକ, ପ୍ରକାଶ ଜେନା, ଶିକ୍ଷକ ବିଜୟ ବିଶ୍ବାଳ , ଦିଲ୍ଲୀପ ବେହେରା,ସିଆରସିସି ସୋମନାଥ ବେହେରା, କୃତିବାସ ପରିଜା,ସମାଜସେବୀ ରମେଶ ଗଜେନ୍ଦ୍ର,ରବି ରାଉତ ରାୟ,ଆଧ୍ୟାତ୍ମିକବାଦୀ ଗୌରହରି ମହାପାତ୍ର , ଶିକ୍ଷୟିତ୍ରୀ ସସ୍ମିତା ଦାଶ ପ୍ରମୁଖ ଯୋଗଦେଇ ପ୍ରକୃତ ଶିକ୍ଷା ହିଁ ଶାନ୍ତିର ପ୍ରକୃତ ଆଧାର ବୋଲି ପ୍ରକାଶ କରି ଶ୍ରୀ ପାତ୍ର ଜଣେ ସରଳ,ସୁଦକ୍ଷ ,ପରୋପକାରୀ, କର୍ମନିଷ୍ଠ,ବିଭୁପ୍ରେମୀ ,ଛାତ୍ର ବତ୍ସଳ ଶିକ୍ଷକ ଭାବେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି କହିଥିଲେ। ଶିକ୍ଷକ ଅଭୟ ଚରଣ ସାହୁ ଓ ନାରାୟଣ ବରାଳ ମଞ୍ଚ ସଂଯୋଜନା କରିଥିଲେ। ମଞ୍ଚରେ ଶ୍ରୀ ପାତ୍ରଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଗ୍ରାମବାସୀଙ୍କ ତରଫରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ନିଆରା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା। ପରିଚାଳନାରେ ଶିକ୍ଷକ ଗନ୍ଧର୍ବ ସାହୁ, ଅଧିକାରୀ ସାହୁ, ସାବିତ୍ରୀ ଗଡସରା,ଦୀପକ ପ୍ରଧାନ,ସରୋଜ ପାହାନ୍ତା ସିଂ , ରବିନ୍ଦ୍ର ପଣ୍ଡା , ଅଭିଭାବକ,ଗ୍ରାମବାସୀବୃନ୍ଦ, ପ୍ରାକ୍ତନ ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଅର୍ଜୁନ ବେହେରା, ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀ, ଅମରେନ୍ଦ୍ର ମଙ୍ଗରାଜ,ଶିକ୍ଷକ ଟିକେଇ ଦଳାଇ, ରଞ୍ଜନ ସାହୁ , ପ୍ରଦୀପ ପ୍ରଧାନ, ଉପେନ୍ଦ୍ର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ଜଗଦଳପୁର ବିଦ୍ୟାଳୟ ତରଫରୁ ସ୍ଵତନ୍ତ୍ର ମାନପତ୍ର ଓ ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ କବିତା ବଳୀ ଆଧାରିତ ପ୍ରୀତି ପୁଷ୍ପା ଉପହାର ପ୍ରଦାନ କରାଯାଇ ମଞ୍ଚରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷକ ଅଭୟ ସାହୁ ଶ୍ରୀ ପାତ୍ରଙ୍କ ଜୀବନ ଆଧାରିତ କବିତା ଗାଇବା ସହ ମାନପତ୍ର ପାଠ କରିଥିଲାବେଳେ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୭/୨୦୨୫----୬,୧୦ Sakhigopal News,2/7/2025