ବାଉତି କ୍ଳବ ପକ୍ଷରୁ ଅନୁଷ୍ଠିତ କ୍ରିକେଟ ମ୍ୟାଚ ଉଦଯାପିତ
The cricket match organized by the Bauti Club is celebrated
ଓଡ଼ଗାଁ:- ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ବାଣ୍ଠପୁର ଗ୍ରାମରେ ୮ଦିନ ଧରି ଚାଲିଥିବା କ୍ରିକେଟ ମ୍ୟାଚ ଆଜି ଉଦଯାପିତ ହୋଇଯାଇଛି। ଉଦଯାପିତ ମ୍ୟାଚ
ରେ ଆଜି ଖଳିପାଟଣା ସହିତ ଗୋଡ଼ିପଲ୍ଲୀ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଇଥିଲା । ପ୍ରଥମେ ଖଳିପାଟଣା ଟସ୍ ଜିତି ବ୍ୟାଟିଂ କରି ୯୪ ରନ୍ ହାସଲ କରିଥିଲା। ପରେ ଗୋଡ଼ିପଲ୍ଲୀ ବ୍ୟାଟିଂ କରି ୯୫ ରନ୍ ହାସଲ କରି ଖଳିପାଟଣା କୁ ପରାସ୍ତ କରିବା ସହ ମ୍ୟାଚ ଜିତିଥିଲା ଆଜିର କ୍ରିକେଟ ମ୍ୟାଚ ରେ ଗୋଡ଼ିପଲ୍ଲୀ ଦଳରୁ ଖେଳୁଥିବା ଜଗା ସ୍ୱାଇଁ ସର୍ବାଧିକ ୬୦ ରନ୍ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଖଳିପାଟଣା ଦଳରୁ ଖେଳୁଥିବା ସିନୁ ପ୍ରଧାନ ୪ଟି ମ୍ୟାଚ ରେ ସର୍ବାଧିକ ୯ ଟି ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ସିରିଜ୍ ଭାବେ ଘୋଷଣା କରାଯାଇଥିଲା ।
ଆଜିର ଉଦଯାପନୀ ମ୍ୟାଚ ରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ସରପଂଚ ଜଗଦୀଶ ପ୍ରଧାନ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ ଏବଂ କ୍ଳବ ସଭାପତି ଜଗନ ପ୍ରଧାନ, ଉପସଭାପତି ବିଷ୍ଣୁ ପ୍ରଧାନ, ନାରାୟଣ ଆଲଟିଆ, ପ୍ରଦୀପ ଖିଲାର ,ବାପି ବେହେରା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୩୦/୧୨/୨୧ -----୮,୨୫
Sakhigopal News,30/12/2021