ବାଉତି କ୍ଳବ ତରଫରୁ କ୍ରିକେଟ ମ୍ୟାଚ ଉଦଘାଟିତ
ଓଡ଼ଗାଁ:- ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ବାଣ୍ଠପୁର ଗ୍ରାମ ପଡିଆରେ ବାଉତି କ୍ଳବ ତରଫରୁ କ୍ରିକେଟ ମ୍ୟାଚ ଉଦଘାଟିତ ହୋଇଯାଇଛି। ଏହି ମ୍ୟାଚ ଆଜି ଠାରୁ ଆଗାମୀ ଆଠଦିନ ଧରି ଚାଲିବ ବୋଲି ଜଣାପଡ଼ିଛି।
ଉଦଘାଟନୀ କ୍ରିକେଟ ମ୍ୟାଚ ରଂଗଣୀପାଟଣା ସହିତ ଭାଲିଆଡିହ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଟସ୍ ଜିତି ରଂଗଣୀପାଟଣା ଦଳ ବ୍ୟାଟିଂ କରି ୬୯ ରନ୍ ହାସଲ କରିଥିବା ବେଳେ ଭାଲିଆଡିହି ଦଳଙ୍କ ଆଗରେ ବିଜୟୀ ପାଇଁ ୭୦ ରନ୍ ର ଟାର୍ଗେଟ ଥିଲା। ଭାଲିଆଡିହି ଦଳ ୭୦ ରନ୍ ର ବିଜୟୀ ଲକ୍ଷ ରଖି ପଡିଆକୁ ଓହ୍ଲାଇଥିଲେ । ଭାଲିଆଡିହି ଦଳ ୭୧ ରନ କରି ବିଜୟୀ ହୋଇଥିଲା।
ଉଦଘାଟନୀ ମ୍ୟାଚରେ ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜଗଦୀଶ ପ୍ରଧାନ, ସମିତିସଭ୍ୟ ଦିବାକର ଆଲଟିଆ, ବାଣ୍ଠପୁର ଗ୍ରାମର ସଭାପତି ସୁରଥ ନାୟକ ଉପସ୍ଥିତ ରହିବା ସହ କ୍ଳବ ସଭାପତି ଜଗନ ପ୍ରଧାନ, ଉପସଭାପତି ବିଷ୍ଣୁ ପ୍ରଧାନ, ନାରାୟଣ ଆଲଟିଆ, ପ୍ରଦୀପ ଖିଲାର, ବାପି ବେହେରା ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ।
ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୨୦/୧୨/୨୧----୮, ୫୫ Sakhigopal News,20/12/2021