Breaking News

ପୂର୍ବତନ ସରପଞ୍ଚ ତ୍ରିନାଥ ସ୍ୱାଇଁଙ୍କର ହୃଦଘାତରେ ପରଲୋକ

Former Sarpanch Trinath Swain has died of a heart attack.
ଡେଲାଙ୍ଗ-----ଡେ଼ଲାଙ୍ଗ ବ୍ଲକ ଅନ୍ତର୍ଗତ ରେଙ୍ଗଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିନାଥ ସ୍ୱାଇଁଙ୍କର ହୃଦଘାତରେ ଭୁବନେଶ୍ୱର ସମ୍ ହସପିଟାଲରେ ମୃତ୍ୟୁ ହୋଇଯାଇଛି ।ସେ ବହୁଦିନ ଧରି ଶାରୀରିକ ଅସୁସ୍ଥ ଥିଲେ। ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଚିକିତ୍ସା ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅବିଭକ୍ତ ଗୋଡ଼ିପୁଟ ମାଟିଆପଡା ପଞ୍ଚାୟତରେ (୧୯୯୨-୨୦୦୨)ଏବଂ ରେଙ୍ଗଳ ପଞ୍ଚାୟତ ରେ (୨୦୦୨-୨୦୦୭) ସରପଞ୍ଚ ରୂପେ ନିର୍ବାଚିତ ହୋଇ ବହୁ ଜନହିତକର କାର୍ଯ୍ୟ କରି ଲୋକମାନଙ୍କ ପ୍ରୀୟଭାଜନ ହୋଇପାରିଥିଲେ। ସେ ଥିଲେ ଜଣେ ମେଳାପି, ସମାଜସେବୀ,ପରୋପକାରୀ ବ୍ୟକ୍ତି। ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ଶୁକ୍ରବାର ମଧ୍ୟାହ୍ନରେ ନିଜ ଗାଁ ଶ୍ମଶାନରେ ପୁତ୍ର ଦେବାଶିଷ ମୁଖାଗ୍ନି ଦେବା ପରେ ଶେଷ କୃତ୍ୟସଂପନ୍ନ କରାଯାଇଛି। ଶ୍ମଶାନ ସ୍ଥଳ ରେ ବହୁମନ୍ୟଗଣ୍ୟ ବ୍ୟକ୍ତି ଓ ପଞ୍ଚାୟତ ବାସି ଉପସ୍ଥିତ ଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୨/୨୦୨୧----୫,୧୫  Sakhigopal News,19/12/2021

Blog Archive

Popular Posts