ସାକ୍ଷୀଗୋପାଳଠାରେ ଓୟୁଏଟି ଶିକ୍ଷକ ସଂଘର ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ
The OUAT Teachers' Union held a press conference in Sakshigopala
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ସ୍ଥିତ ସ୍ୱାଦ ସଭାଗୃହ ପରିସରରେ ଓୟୁଏଟି ଶିକ୍ଷକ ସଂଘର ୧୮ ଦଫା ଦାବି ନେଇ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର କୃଷି ଓ କୃଷକର ଉନ୍ନତି ପାଇଁ ଓଡିଶାର ଏକମାତ୍ର କୃଷି ବିଶ୍ୱବିଦ୍ୟାଳୟ( ଓୟୁଏଟି) ରହିଛି । ବର୍ତ୍ତମାନ ସବୁ କ୍ଷେତ୍ରରେ ଅବହେଳିତ ହୋଇଛି । ଏଥିରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ, ପ୍ରଧ୍ୟାପକ , ପ୍ରଫେସରଓ ବୈଜ୍ଞାନିକମାନେ ଦୀର୍ଘ ୧୫ ବର୍ଷ ଧରି ସେମାନଙ୍କର ନାର୍ଯ୍ୟ ପ୍ରାପ୍ୟ ଯେମେିତିକି ପି.ଏଚ.ଡି. ଇନକ୍ରିମେଣ୍ଟ, ସମୟ ଭିତ୍ତିକ ପନୋନ୍ନତି ପାଉନାହାନ୍ତି । ସେହିପରି ୧୫ ବର୍ଷରୁ ଅଧିକ ଦିନ ହେବ ଚୁକ୍ତି ଭିତ୍ତିକ କାର୍ଯ୍ୟ ସାରିଲା ପରେ ମଧ୍ୟ ସେମାନଙ୍କୁ ଚାକିରିରେ କୌଣସି ସ୍ଥାୟୀତ୍ୱ ନାହିଁ କି ସମାଜିକ ସୁରକ୍ଷା ହିସାବରେ ଜି.ପି.ଏଫ, ଜିଆଇସି ଓ ଅବସରକାଳୀନ ପେନସନ ପାଇ ପାରୁ ନାହାନ୍ତି । ବିଶ୍ୱବିଦ୍ୟାଳୟ ପ୍ରଶାସନରେ ଏପର୍ଯ୍ୟନ୍ତ କମ୍ପୁଟରକରୀଣ ହୋଇ ପାରିଲାନାହିଁ । ନୂତନ ଅଧ୍ୟାପକ, ବୈଜ୍ଞାନିକ ନିଯୁକ୍ତି ଠପ ହୋଇଯାଇଛି । ଅବସର ବୟସ ସୀମା ୬୦ ରୁ ୬୫ ବର୍ଷ କରିବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଛି । ଓୟୁଏଟି ଶିକ୍ଷକ ସଂଘ ଗତ ନଭେମ୍ବର ୧ ତାରିଖରୁ କଳାବ୍ୟାଚ ପରିଧାନ ସହିତ ନିରବ ପ୍ରତିବାଦ ଜାରି ରଖିଛି । ଅଗାମୀ ଦିନରେ ସଂଘ ପକ୍ଷରୁ କରାଯାଇଥିବା ୧୮ ଗୋଟି ଦାବୀ ଗୁଡିକ ପୁରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହିତ ବ୍ୟାପକଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଡ. ସଞ୍ଜୟ କୁମାର ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମଳନୀରେ ସଂଘର ସାଧାରଣ ସମ୍ପାଦକ ଡ. ପ୍ରଦୀପ୍ତ କୁମାର ସାହୁ ଏବଂ ଯୁଗ୍ମ ସମ୍ପାଦକ ଡ. ଅମ୍ବିକା ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧୨/୨୦୨୧----୯,୫୦