Breaking News

ଡେଲାଙ୍ଗ ମହତାବ ୧୯୭୩ ମାଟ୍ରିକ ବ୍ୟାଚ ବନ୍ଧୁମିଳନ


ଡେଲାଙ୍ଗ--ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟ ୧୯୭୩ ମାଟ୍ରିକ ବ୍ୟାଚ ଛାତ୍ରମାନଙ୍କର ବନ୍ଧୁମିଳନ ଉତ୍ସବ  ଗଡ଼କାଳୁପଡା ବିଶ୍ଵନାଥ ପାହାଡ଼ ପାଦଦେଶରେ ଅବସ୍ଥିତ ଗଡ଼ଚଣ୍ଡୀ  ମନ୍ଦିର  ପରିସରରେ  ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ଅବସରପ୍ରାପ୍ତ ଜଳସେଚନ ବିଭାଗ କର୍ମଚାରୀ ଅର୍ଜ୍ଜୁନ ଶ୍ରୀଚନ୍ଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ୫୦ରୁ ଉର୍ଦ୍ଧ୍ବ ସହପାଠୀ ଯୋଗଦେଇ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ ।ପୂରୁଣା ଛାତ୍ର  ଜୀବନର ଅଭୂଲା  ସ୍ମୃତିକୁ ମନେ ପକାଇ ସହପାଠୀମାନେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ।ପ୍ରାରମ୍ଭରେ ମା' ଗଡ଼ଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଦିବଂଗତ ଗୁରୁଜୀମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ।କରୋନା ମହାମାରୀର ତୃତୀୟ ଲହରରେ ଓମିକ୍ରନ୍ 
ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ
କରିବା ଲକ୍ଷ୍ୟରେ ସହପାଠୀମାନେ ମିଳିତ ହୋଇ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା।ପୂରାତନ ଛାତ୍ର ରତ୍ନାକର ମାଟି ଓ ପ୍ରମୋଦ ରଥ (ଅଣ୍ଡା ଭାଇନା)ଙ୍କ ଆବାହକତ୍ଵରେ ଅନୁଷ୍ଠିତ ଏହି ବନ୍ଧୁମିଳନ ଉତ୍ସବରେ ଅବସରପ୍ରାପ୍ତ ଅଧ୍ୟାପକ  ସୂର୍ଯ୍ୟ ନାରାୟଣ
ଷଡ଼ଙ୍ଗୀ,ସରୋଜ କୁମାର ହାତୀ,ଅଶୋକ ଆଚାର୍ଯ୍ୟ,ବିଚିତ୍ରାନନ୍ଦ ଲେଙ୍କା,ରବିନାରାୟଣ ସାମନ୍ତରାୟ,ଭାସ୍କର ପ୍ରଧାନ,କୁଞ୍ଜବିହାରୀ ପରିଡ଼ା,ହେମନ୍ତ ହରିଚନ୍ଦନ, କରୁଣାକର ମହାରଣା,ପୂର୍ଣ୍ଣଚନ୍ଦ୍ର ଚମ୍ପତ୍ତି, ରମେଶ ମାନସିଂହ,
ଲକ୍ଷ୍ମୀ ନାରାୟଣ ସିଂଦେଓ,ଦ୍ଵିଜବର ପରିଡ଼ା,ବସନ୍ତ କୁମାର ସାହୁ,ପୂର୍ଣ୍ଣେନ୍ଦୁ ପରିଡ଼ା,ସୁବାସ ଚନ୍ଦ୍ର ନାୟକ ଓ 
ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ହୋଇ ଅତୀତ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ।ମହତାବ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ 
ତଥା ଅବସରପ୍ରାପ୍ତ ପ୍ରାକ୍ତନ ବ୍ଲକ ଶିକ୍ଷାଧିକାରୀ 
ସଚ୍ଚିଦାନନ୍ଦ ପ୍ରଧାନ, ସାମ୍ବାଦିକ ସନ୍ତୋଷ କୁମାର 
ପଟ୍ଟନାୟକ ଓ ରବୀନ୍ଦ୍ର ବଳବନ୍ତରାୟ ପ୍ରମୁଖ 
ଯୋଗଦେଇ ପୂରାତନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେପୂରାତନ ଛାତ୍ର ହେମନ୍ତ କୁମାର ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୨/୨୦୨୧---୧୦,୧୫  Sakhigopal News,29/12/2021

Popular Posts