Breaking News

ଭାରତୀୟ ଆଜାଦ ମଞ୍ଚ ସମ୍ମାନୀତ

The Indian Freedom Forum is honored


ସାକ୍ଷୀଗୋପାଳ---- ଭାରତୀୟ ଆଜାଦ ମଞ୍ଚ କରୋନା ସମୟରେ ବିଭିନ୍ନ ଜିଲ୍ଲା ଓ ବ୍ଳକରେ ତାର ସଦସ୍ୟ, ସଦସ୍ୟା ମାନେ ନିଜ ଜୀବନକୁ ବାଜି ଲଗାଇ ସେବା କରି ବେଶ ଜଣାଶୁଣା ହୋଇଥିଲେ । ଏହାକୁ ନଜର କରି ଯାଜପୁର ଜିଲ୍ଲାର ମହାବାହୁ ଗ୍ରୁଫ ଓଡିଶା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବାଲିଚନ୍ଦ୍ରପୁର ସୁନନ୍ଦା କଲ୍ୟାଣ ମଣ୍ଡପରେ ଏକ ସମ୍ମର୍ଦ୍ଧିତ ସଭା ଅନୁଷ୍ଠିତ ହୋଇଯାଇଥିଲା । ମହାବାହୁ ଅନୁଷ୍ଠାନ ପକ୍ଷରୁ ଡକରା ପାଇ ଅନୁଷ୍ଠାନର ରାଜ୍ୟ ମହାସଚ୍ଚିବ ରାଜ କିଶୋର ବେହେରା, ପୁରୀ ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତ ମହାନ୍ତି, ସାଧାରଣ ସମ୍ପାଦକ ରାଜ କିଶୋର ବାରିକ, ଉପସଭାପତି ବିପିନି ବେହେରା, ସନ୍ତୋଷ ବେହେରା, ସୁମନ ଗୋଛାୟତ, ମନୋଜ ଜେନାଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ସମ୍ମର୍ଦ୍ଧିତ କରାଯାଇଥିଲା । ମହାବାହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଶିବ ପ୍ରସାଦ ସାମଲ, ସଭାପତି ଶରତ ଭୂଷଣ ସମାଲ, ସମ୍ପାଦକ ଦୋଶିଷ ମଲ୍ଲିକ ଓ ଯୁବ ସଂଯୋଜକ ଶୁଭରଞ୍ଜନ ପରିଡା ପ୍ରମୁଖ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧୨/୨୦୨୧----୭,୨୫    Sakhigopal News, 25/12/2021

Blog Archive

Popular Posts