ସତ୍ୟବାଦୀ ହାଇସ୍କୁଲରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉଦଘାଟିତ=
Statue of Gopbandhu unveiled at Satyavadi High School.
ସାକ୍ଷୀଗୋପାଳ ----- ଫନି ବାତ୍ୟାରେ ସତ୍ୟବାଦୀ ହାଇସ୍କୁଲର ନାହିଁ ନଥିବା କ୍ଷତି ହୋଇଥିଲା । ରାଜ୍ୟ ସରକାର ଘର ପାଇଁ ଅର୍ଥ ମଞ୍ଜୁର ହୋଇଥିଲା । ବିଦ୍ୟାଳୟ ପରିସରରେ ବୁଧବାର ଦିନ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ଶିକ୍ଷକ , କର୍ମଚାରୀ ମାନଙ୍କ ସହଯୋଗରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନୂତନ ପ୍ରତିମୁର୍ତ୍ତି ବସାଯାଇଛି । ମାତ୍ର ମଣ୍ଡପଟିକୁ ସରକାରଙ୍କ ପକ୍ଷରୁ ସୁନ୍ଦର କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ମଣ୍ଡପ ଠାରେ ଏକ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ଆରଡି ବିଭାଗର ଏସଡିଓ ଶ୍ରୀବତ୍ସ ଦାଶ, ଯନ୍ତ୍ରୀ ଶୁଭ୍ରକାନ୍ତ ପାଲ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ବିଧାୟକଙ୍କ ପ୍ରତିନିଧି ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମିଶ୍ର, ଶିକ୍ଷକ ଅଶୋକ ପ୍ରଧାନ, ବନମାଳୀ ବେହେରା,ହରିବନ୍ଦୁ ପ୍ରଧାନ, ପ୍ରଭାତ ଚନ୍ଦ୍ର ରଥଙ୍କ ସହିତ ପରିଚାଳନା କମିଟିର ସଭାପତି ଓ ସଦସ୍ୟ+ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ବସନ୍ତ କୁମାର ସ୍ୱାଇଁ, ସୌଦାମିନି ନାୟକ, ବୈଜୟନ୍ତୀ ମିଶ୍ର ପ୍ରମୁଖ କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୨/୧୨/୨୦୨୧----୯,୨୫