Breaking News

ଦୁର୍ଘଟଣା ଗ୍ରସ୍ତ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳିଲାନି ଚିକିତ୍ସା ,ଶବ ରଖି ଜାତୀୟ ରାଜପଥ ୨୬ ରେ ରାସ୍ତା ରୋକ

Accused patients get medical treatment on Biju Health Card, blocking road on National Highway 26.


 ବଲାଙ୍ଗୀର---- ଗୁରୁତର ଥିବା ରୋଗୀ ଙ୍କୁ ଚିକିତ୍ସା ନ ମିଳିବାରୁ ପାରିବାର ଲୋକେ କରିଛନ୍ତି ଜାତୀୟ ରାଜପଥ ଅବରୋଧ। ଏଭଳି ଏକ ଘଟଣା ଦେଖିବା କୁ ମିଲିଛି ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ରେ। ଦୁର୍ଘଟଣା ରେ ଗୁରୁତର ହୋଇ ପ୍ରାଣ ହରାଇଥିବା ଧନୁ ମଲ୍ଲିକ ଙ୍କ ଶବ କୁ ଦେଓଗାଁ ବସଷ୍ଟାଣ୍ଡ ଉପରେ ରଖି ରାସ୍ତା ରୋକ କରିଥିବା ଜଣାପଡିଛି। ଗାଁ ଲୋକଙ୍କ ସହ ମିଶି କରିଥିବା ରାସ୍ତା ରୋକ ଯୋଗୁଁ ଏନଏଚଉପରେ ଗାଡ଼ି  ଚଳାଚଳ ଠପ ହୋଇପଡିଛି। ମୃତ୍ୟୁ ବରଣ କରିଥିବା ଧନୁ ଙ୍କ ପରିବାର କୁ ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ରେ ରାସ୍ତା ରୋକ କରିଛନ୍ତି ଗାଁ ଲୋକ । ପୁରା ଘଟଣାଟି ହେଉଛି ଏହିପରି- ଦେଓଗାଁ ବ୍ଳକ ଜରାସିଂହା ଗାଁ ର ଧନୁ ମଲ୍ଲିକ ଏକ ଅଜଣା ଗାଡ଼ି ପିଟିଦେବାରୁ  ଦୁର୍ଘଟଣା ରେ ଗୁରୁତର ହୋଇ ବଲାଙ୍ଗୀର ଡାକ୍ତର ଖାନା ରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ବୁର୍ଲା ରେ  ଚିକିତ୍ସିତ ହେଉଥିଲେ। ଗୁରୁତର ଥିବାରୁ ରୋଗି ଙ୍କୁ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତର କହିଥିଲେ । ଏଠି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବାରୁ ପରିବାର ଲୋକ ସ୍ୱାସ୍ଥ୍ୟ ସେବା ରେ ମାଗଣା ଟଙ୍କା ମିଳିବ ବୋଲି  ପାଇଥିବା ବିଏସକେଉୟାଇ କାର୍ଡ କୁ ଦାଖଲ କରିଥିଲେ । ବୁର୍ଲା ଡାକ୍ତର ଖାନାରେ କିନ୍ତୁ ଏହି କାର୍ଡ ଏକ୍ଟିଭ ହୋଇ ନାହିଁ ଏଥିରେ ଚିକିତ୍ସା ହୋଇ ପାରିବନି ବୋଲି କାର୍ଡ ବିଷୟ ରେ ବୁଝୁଥିବା ବୁର୍ଲା ଡାକ୍ତର ଖାନାର କର୍ମଚାରୀ ଜଣକ କହିଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଖାଲି ଧନୁ ନୁହନ୍ତି ପୂର୍ବରୁ ମଧ୍ୟ ଏହି କାର୍ଡ ରେ ଚିକିତ୍ସା ନ ପାଇ ବଲାଙ୍ଗୀର ଡାକ୍ତର ଖାନାରୁ ଫେରିଆସିଥିଲେ ବଳାରପାଲି ଗାଁ ର ସାଇନା ନନ୍ଦ। ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍ୱାସ୍ଥ୍ୟ କାର୍ଡ ବାଣ୍ଟୁଥିବା ବେଳେ ଆଉ ଗୋଟିଏ ପଟରେ ସରକାରୀ ଡାକ୍ତରଖାନାରେ କାର୍ଡ ଦ୍ୱାରା ଚିକିତ୍ସିତ ନ ପାଇ ରୋଗୀର ଜୀବନ ଯାଉଥିବାରୁ କାହା ପାଇଁ ଏ ସରକାରୀ ବ୍ୟବସ୍ଥା ବୋଲି ପ୍ରଶ୍ନ ଉଠିଛି ।

ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୩୦/୧୨/୨୦୨୧----୯,୧୫ 
Sakhigopal News,30/12/2021

Blog Archive

Popular Posts