ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
The reunion program was held
ନୟାଗଡ଼/ଓଡ଼ଗାଁ:- ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରା.ପ ର ଯୁବ ସମାଜସେବୀ ମିକୁଲି ପାଣିଗ୍ରାହୀ ଓ କୈଳାସ ଚନ୍ଦ୍ର ପାତ୍ରଙ୍କ ନେତୃତ୍ବ ରେ ରଣପୁର ସ୍ଥିତ ମଣିନାଗ ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ରଂଗଣୀପାଟଣା ପଞ୍ଚାୟତ ର ସରପଞ୍ଚ ବିଦ୍ୟାଧର ସାହୁ, ସମିତି ସଭ୍ଯ ପ୍ରକାଶ ଶୁକ୍ଲ, ପୂର୍ବତନ ସରପଞ୍ଚ ବିରେନ୍ଦ୍ର ସାହୁ, ସନ୍ତୋଷ କୁମାର ସାହୁ, ରମେଶ ସାହୁ, ବାବୁଲା ପ୍ରଧାନ, ବାଳକ୍ରୁଷ୍ନ ପଣ୍ଡାଙ୍କ ସମେତ ରଂଗଣୀପାଟଣା ପଞ୍ଚାୟତ ର ବହୁ ବ୍ୟକ୍ତି ଯୋଗଦେଇଥିଲେ। କିନ୍ତୁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବିଭିନ୍ନ ପଦପଦବୀ ର ନେତାଙ୍କ ଉପସ୍ଥିତି ଥିବାରୁ ଏଠାରେ ବନ୍ଧୁମିଳନ ବାହାନାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ରିପୋର୍ଟ:- ଦିଲ୍ଲୀପ କୁମାର ବିଶୋଇ, ଓଡ଼ଗାଁ
ତା:- ୨୦/୧୨/୨୦୨୧---୮,୫୦ Sakhigopal News,20/12/2021