ମଧୁବନରେ ନଡିଆ ଚାଷୀ ମାନଙ୍କର ବୈଠକ
ସାକ୍ଷୀଗୋପାଳ --- ଅଖିଳ ଭାରତ ନାରିକେଳ ଉତ୍ପାଦକ ମହାସଂଘ ଓ ଅଖିଳ ଭାରତ କିଷାନ ମହାସଂଘର ମିଳିତ ଆନୂକୁଲ୍ୟରେ ନଡିଆ ଚାଷୀ ମାନଙ୍କୁ ନେଇ ସତ୍ୟବାଦୀ ବ୍ଳକର ମଧୁବନ ଗ୍ରାମପଞ୍ଚାୟତର ମା ବ୍ରଜକାଳୀ ପୀଠ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଡିଆ ଉତ୍ପାଦକ ମହାସଂଘର ସଭାପତି ହୃଷିକେଶ ମିଶ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଶତାଧିକ ନଡିଆ ଚାଷୀ ମାନେ ଯୋଗଦେଇଥିଲେ । ସତ୍ୟବାଦୀରେ କିପରି ବହୁଳ ମାତ୍ରରେ ନଡିଆ ଚାଷ କରାଯାଇ ପାରିବ , ନଡିଆରେ ଲାଗୁଥିବା ପୋକ ମାନଙ୍କୁ ଦମନ କରିବା, ନଡିଆ ଚାଷୀଙ୍କୁ ନଡିଆ ତୋଳିବା ପାଇଁ ତାଲିମ ପ୍ରଦାନ ଓ ନଡିଆର ସର୍ମନିମ୍ନ ଗୋଟାପ୍ରତି ୨୦ଟଙ୍କା କରିବା ସହିତ ବିଭିନ୍ନ ଗ୍ରାମପଞ୍ଚାୟତରେ ନଡିଆ ଉତ୍ପାଦକ ସମିତି ଗଠନ କରିବା ସମ୍ପର୍କରେ ଆଲେଚନା କରାଯାଇଥିଲା । ଦୀଲ୍ଲିରେ ଅନୁଷ୍ଠିତ କିଷାନ ମହାସଂଘ କରିଥିବା ଦାବୀ ଗୁଡିକକୁ ଦୃଢ଼ ସମର୍ଥନ କରାଯାଇଥିଲା । ବୈଠକରେ ନଡିଆ ଚାଷୀ ପ୍ରଫୁଲ ଚନ୍ଦ୍ର ମିଶ୍ର, ଶିତକଣ୍ଠ ସିଂ ଦେଓ, ତପନ ଉପାଧ୍ୟାୟ , ପ୍ରତାପ ଚିନରା, ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ବୈଠକକୁ ପରିଚାଳନା କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି