Breaking News

ବିଦ୍ଯାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ


ଡେଲାଙ୍ଗ --- ଡେଲାଙ୍ଗ ବ୍ଳକର ଚିତଳପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଆଇନଜିବି ପ୍ରମୋଦ ପାତ୍ର ସଭାପତିତ୍ୱ କରିଥିଲେ  । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଇନ୍ଧୁବାଳା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟଳୟର ବାର୍ଷିକ ବିବରଶୀ ପାଠ କରିଥିଲେ  । ମୁଖ୍ୟ ଅତିଥି ଭାବରେ ମଣ୍ଡଳ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର ଯୋଗଦେଇ ଶିକ୍ଷା ସହିତ ଶାରୀରିକ ଶିକ୍ଷା ଓ ମନୋରଜଂନ କରିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ  । ଶତର ଚନ୍ଦ୍ର ମିଶ୍ର, ମଣ୍ଡଳ ସହ ଶିକ୍ଷା ଅଧିକାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥବା ବେଳେ ସମ୍ଭାନିତ ଅତିଥି ଭାବେ ସିଆସିସି ପୂର୍ଣ୍ଣଚନ୍ଦ୍ର ସାହୁ, ସମବାୟ ବିତ୍ ଗଦାଧର ପ୍ରଧାନ, ସିଆରସିସି ପବିତ୍ର ମୋହନ ଜେନା, ବିକ୍ରମ ପାତ୍ର, ସମିତିସଭ୍ୟା ହରପିୟା ପାତ୍ର, ସମାଜସେବୀ ଦେବଦତ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଆଶା କରିବା ସହିତ ଶିକ୍ଷାରେ ଜିଦ୍ଖୋର ହେବା ନିହାତି ଦରକାର ବୋଲି ବାଷିକ ଉତ୍ସବରେ ଯୋଗ ଦେଇଥିବା ଅତିଥି ମାନେ କହିଥିଲେ  ।  ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍କୃତ କରିଥିଲେ  । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା  ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି  
BIDYALAYA RE BARSIKA UTSAV ANUSTHITA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts