ପଞ୍ଚାୟତ ସ୍ତରୀୟ ଲିଗ ମ୍ଯାଚ , ବ୍ଳୁ ରାଇଡର ୫୮ ରନରେ ବିଜୟୀ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ରାଇଜିଙ୍ଗ ଷ୍ଠାର ଓ ବ୍ଳୁ ରାଇଡର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ବ୍ଳୁ ରାଇଡର କ୍ରିକେଟ ଦଳ ୧୨ ଓଭରରେ ୨ ଉଇକେଟ ହରାଇ ୧୪୫ ରନ କରିଥିଲା । ଜବାବରେ ରାଇଜିଙ୍ଗ ଷ୍ଠାର କ୍ରିକେଟ ଦଳ ୧୨ ଓଭରରେ ୯ ଉଇକେଟ ହରାଇ୮୭ ରନ କରିଥିଲେ । ବେଷ୍ଟ କ୍ୟାଚ ପ୍ରତ୍ୟୁଷ ପ୍ରଧାନ ଓ ମ୍ୟାନଅଫ ଦି ମ୍ୟାଚ ରଶ୍ମି ରଞ୍ଜନ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଥିଲା । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି