Breaking News

ଡେଲାଙ୍ଗ କୋଠବାଡ ପଞ୍ଚାୟତରେ ପିଠା କାର୍ଯ୍ଯକ୍ରମ

ଡେଲାଙ୍ଗ----ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ସରପଞ୍ଚ ରମାଦେବୀ ରାଉତରାୟ, ସମିତିସଭ୍ୟ ତଥା ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ମୁନିଦା ସମିତିସଭ୍ୟ  ଦୁର୍ଗା ଚରଣ ରାଉତରାୟ  ଓ ଏବିଡିଓ ପ୍ରଦୀପ୍ତ ନାୟକ, ବ୍ଳକ ସମାଜ ଅଧିକାରୀ ତପନ କୁମାର ଦାଶ  ପ୍ରମୁଖ ଯୋଗଦେଇଥିଲେ  । ସମିତିସଭ୍ୟ ଶ୍ରୀ ରାଉତରାୟ ଏହି ପିଠା କାର୍ଯ୍ୟକ୍ରମକୁ ସ୍ବାଗତ କରିଥିବା ବେଳେ କାର୍ଯ୍ୟକାରୀଣି ସମୟରେ ହୋଉଥିବା ପାତର ଅନ୍ତରକୁ ନେଇ ସଭାରେ ଅସନ୍ତୋଷ ପ୍ରକାଶ କରିଥିଲେ । ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ ଏହାକୁ ଦୃଢ଼ଢତାର ସହ ଖଣ୍ଡନ କରିଥିଲେ । ଶ୍ରୀ ସାହୁ କହିଥିଲେ କାମ କରିବା ସମୟରେ ସମସ୍ତଙ୍କର ଭୁଲ ବଟକା ରହିଯାଇଥିବ ତାହାକୁ ଧରିଲେ ଚଳିବ ନାହିଁ ବୋଲି ଅଧ୍ୟକ୍ଷ ସଭାରେ କହିଥିଲେ ।  ଯେଉଁ ମାନେ ଭର୍ତ୍ତା ପାଇ ନାହାନ୍ତ ସେମାନଙ୍କୁ ବହୁଶିଘ୍ର ଭର୍ତ୍ତା ପ୍ରଦାନ କରାଯିବାର ବନ୍ଦୋବସ୍ଥ କରାଯିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ, କୃଷି , ଉଦ୍ଯାନ ,ବିଦ୍ୟୁତ,ଶିକ୍ଷା ପରିମଳ, ପାନୀୟଜଳ ବିଭିନ୍ନ ବିଭାଗର ଅଧୀକାରି ମାନେ ଉପସ୍ଥିତ ରହିଥିଲୈ । ଏଠାରେ ମଧୁବାବୁ ଭର୍ତ୍ତାରେ ୧୧୬ଜଣ, କଳାକାର-୫ଜଣ, ଗୃହ ନିର୍ମାଣ ପ୍ରୋସାହାନ ରାଶି୩୦ ଜଣଙ୍କୁ ପ୍ରଦାନ କରାଯାଇଛି ବୋଲି ପଞ୍ଚାୟତର ଅଧିକାରୀ ଅନିରୁଦ୍ଧ ସ୍ୱାଇଁଙ୍କ ଠାରୁ ପ୍ରକାଶ  । ପିଠା କାର୍ଯ୍ୟକ୍ରମକୁ ସଚେତନତା କରିବା ପାଇଁ ପାଲା,ଟିଭି , ସଭାଓ କ୍ଯମ୍ପ ମାଧ୍ୟମରେ କରାଯାଇଛି । ପଞ୍ଚାୟତର ଆଶା କର୍ମୀ, ଅଙ୍ଗନଵାଡି କର୍ମୀ ,ମହିଳା ଗୋଷ୍ଠୀ ଓ ବିଜୁ ଯୁବ ବାହିନୀ ପିଠା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  । ମହିଳା ଗୋଷ୍ଠୀଙ୍କ ପକ୍ଷରୁ  ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ପିଠା ପ୍ରଦର୍ଶୀତ କରାଯାଇଥିଲା । କାର୍ଯ୍ଯକ୍ରମକୁ ବିଚିତ୍ରା ମହାପାତ୍ର ସଭାଟିକୁ ପରିଚାଳନା କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts