ଚାନ୍ଦୋଳ ଵାର୍ଡ ସଭ୍ୟ ବିଜେଡି ଦଳରେ ସାମିଲ ହେଲେ
ଡେଲାଙ୍ଗ ----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ମୁନିଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ପଡିଆରେ ୧୬ ନଂ ଜିଲ୍ଲା ପରିଷଦ ଜେନା ସ୍ତରୀୟ ବିଜେଡି କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମଳନୀରେ ମୁନିଦା ଗ୍ରାମ ପଞ୍ଚାୟତର ଚାନ୍ଦୋଳ ଗ୍ରାମର କଂଗ୍ରେସ କର୍ମୀ ତଥା ୱାର୍ଡ ସଭ୍ୟ କାଶିନାଥ ନାୟକ ଓ ଦେବ (ରାଜା) ଦୁଲର୍ଭ ରାୟ ବିଜେଡି ଦଳରେ ସାମିଲ ହେଲେ ବୋଲି ଘୋଷଣା କରିବା ପରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ମହାରଥୀ ସେମାନଙ୍କୁ ଦଳୀୟ ଉତ୍ତରୀୟ ପକାଇ ଦଳରେ ସାମିଲ କରିଥିଲେ । ଶ୍ରୀ ରାୟ ତାଙ୍କ ଅଭିଭାଷଣରେ କହିଥିଲେ ବିଜେଡି ଦଳର ନିସ୍ପତି ଏବଂ ଜନସାଧାରଣଙ୍କୁ ସହଯୋଗ ଦେଖିବା ପରେ ମୁଁ ବାଧ୍ୟ ହୋଇ ବିଜେଡି ଦଳରେ ସାମିଲ ହୋଇଛି । ଗ୍ରାମର ଉନ୍ନତି ସହ ପଞ୍ଚାୟତର ଉନ୍ନତି କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଥିଲେ । ମନ୍ତ୍ରୀ ଶ୍ରୀ ମହାରଥୀ ତାଙ୍କୁ ଆଶ୍ୱସନା ଦେଇଛନ୍ତି ତମ ପାଇଁ ମୋର ଦୁଆର ଖୋଲା ବୋଲି କହିଥିଲେ । ଆଗୋଇ ଆସ ଯୁବଗୋଷ୍ଠୀ ଗ୍ରାମର ଉନ୍ନତି ପାଇଁ ହାତକୁ ହାତ ମିଳାଇ କାମ କରିବାକ ମନ୍ତୀ ଆହ୍ବାନ ଦେଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି