ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳିର ଜିଲ୍ଲାପରିଷଦ ଜୋନ ସ୍ତରୀୟ ବିଜେଡିର କର୍ମୀ ବୈଠକ
ପିପିଲି-ପିପିଲି ବ୍ଲକର ତେଇଶିପୁର ପଞ୍ଚାୟତ ନିର୍ମଳାଗ୍ରାମ ପଡିଆରେ ବିଜୁ ଜନତା ଦଳ ର ୨୪ନମ୍ବର ଜିଲ୍ଲା ପରିଷଦ ଜୋନ ସ୍ତିରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜିଲ୍ଲାପରିଷଦ ଜୋନରେ ଆଠଟି ପଞ୍ଚାୟତର ବିଜେଡି ଦଳର ହଜାର ହଜାର ମହିଳା ଓ ପୁରୁଷ କର୍ମି ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନିୟ ପଞ୍ଚ।।ୟତରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥି ଯୋଗ ଦେଇ କହିଥିଲେ ଯେଉଁ ପରିମାଣର ମହିଳା ମାନେ ଯୋଗଦେଇଛନ୍ତି ସେମାନେ ହେଉଛନ୍ତି ବିଜେଡିର ମୂଳପିଣ୍ଡ । ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ପିପିଲି ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସ୍ୱାଇଁ । ଆତ୍ମା ଅଧକ୍ଷ ପିପିଲି ତଥା ତେଇଶିପୁର ସମିତିସଭ୍ୟ ଧରଣିଧର ସାହୁ ସଭା ସଂଯୋଜନା କରି କହିଥିଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସରକାରୀ ଯୋଜନା ଏବେ ପ୍ରତ୍ୟକ ଘରେ ପହଞ୍ଚିଥିବା ବେଳେ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆଜି ସମସ୍ତଙ୍କୁ ବିଜୁ ଜନତା ଦଳରେ ନିକଟତର କରିପାରିଛି । ସେହିପରି ଚାଷିମାନଙ୍କ ପାଇଁ କାଳିଆ ଯୋଜନା କରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ପଞ୍ଚାୟତରାଜ ଓ କୃଷିମନ୍ତ୍ରୀ ପ୍ରଦୀପ ମହାରଥି ଚାଷି ପରିବାର ଉନ୍ନତି ପାଇଁ ବାଟ ଦେଖାଇଥିବା ଶ୍ରୀ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ,ଡେଲାଙ୍ଗ ବ୍ଳକ ବିଜେଡି ସଭାପତି ବୈରାଗୀ ଜେନା , ପୁର୍ବତନ ଜିଲ୍ଲାପରିଷଦ କିଶୋର ଛୋଟରାୟ,ଜିଲ୍ଲାପରିଷଦ ରାଧାମଣି ପ୍ରଧାନ,ଆଇନିଜିବି ଶ୍ରୀଧର ପ୍ରଧାନ, ବ୍ଲକଯୁବ ବିଜେଡି ସଭାପତି ମନୋଜ ଦାସ,ସରପଞ୍ଚ ସଂଘ ସଭାପତି ପୁରୀଜିଲ୍ଲା ତଥା କଣ୍ଟି ସରପଞ୍ଚପ୍ରକାସ ଧଳ,ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ,ସରପଞ୍ଚ ତେଇସିପୁର ନରେନ୍ଦ୍ର ଦାସ,ପିପିଲି ବ୍ଲକ ମହିଳା ବିଜେଡି ସଭାପତି ଜୋସ୍ନା ପୁଷ୍ଟି,ମହିଳା ସଂଘ ସମ୍ପାଦିକା ଉମାମଣି ରଥ,ନିରୁପମା ମହାପାତ୍ର,ପଲ୍ଲିଶ୍ରି ମହାନ୍ତି ପ୍ରମୁଖ ଯୋଗ ଦେଇ ସରକାରଙ୍କର ଲୋକଭିମୁଖୀ ଯୋଜନା ଓ ସ୍ଥାନିୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ମହାରଥି ଅଞ୍ଚଳରେ ଶାନ୍ତି,ପ୍ରଗତି ଓ ବିକାଶ କରିଥିବା ଉପରେ ଜନସାଧାରଣକୁ ଆଲୋକପାତ କରିଥିଲେ । ସେହିପରି ଜିଲ୍ଲା ସ୍ତରରେ ଶେଷ୍ଠ ବିଜୁ ଯୁବ ବାହିନୀରେ ମନୋନିତ ହୋଇଥିବା ଦୃର୍ଗାଦାସପୁରର ବିଜୁ ଯୁବ ବାହିନି ର ସଭାପତି ବିଶ୍ୱଜିତ ଦାସଙ୍କ ନେତୃତ୍ୱରେ ସମସ୍ତ ସଭ୍ୟ ଏବଂ ମୁ ହିରୋ ରେ ମନୋନୋତି ହୋଇଥିବା ରୁପଦେଇପୁର ପଞ୍ଚାୟତର ଧନେଶ୍ୱର ବେହେରା ଓ ରାମ ଚନ୍ଦ୍ର ସାହୁଙ୍କୁ ବୈଠକରେ ମନ୍ତ୍ରୀ ଶ୍ରୀ ମହାରଥୀ ଯୁବକ ମାନଙ୍କୁ ସମ୍ମାନିତ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
PIPILI DELANGA NIRBACHANA MANDALIRA JILAPARISADA JONE STARIYA BJD KARMI BAITHAKA
NEWS BY - BIJAYA KUMAR MAHAPATRA ( PIPILI )
SAKHIGOPAL NEWS