Breaking News

ପଞ୍ଚାୟତ ସ୍ତରୀୟ ଲିଗ ମ୍ଯାଚ : ରାଇଜିଂ ଷ୍ଟାର ୧୨ରନରେ ବିଜୟୀ


ଡେଲାଙ୍ଗ--- ଡେଲାଙ୍ଗ  ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ  ଖେଳ ପଡିଆରେ  ଅନୁଷ୍ଠିତ ହୋଇଯାଇଛି । ଆଜି ହେଉଛି ତୁତୀୟ ଦିବସ । ଆଜି ୪ଟି ଦଳ ମଧ୍ୟରେ ଖେଳିଥିଲେ ।  ପ୍ରଥମ  ମ୍ୟାଚରେ ରାଇଜିଂ ଷ୍ଟାର  ଓ କିଙ୍ଗ କ୍ରେର୍ବା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଇଜିଂ ଷ୍ଟାର୧୨ ଓଭରରେ ସମସ୍ତ  ଉଇକେଟ ହରାଇ ୧୧୬ ରନ କରିଥିଲେ । ଜବାବରେ କିଙ୍ଗ କ୍ରୋର୍ବା କ୍ରିକେଟ ଦଳ ୧୨ ଓଭର ଅଲଆଉଟ ହୋଇ  ୧୦୪ ରନ କରିଥିଲେ । ବେଷ୍ଟ କ୍ୟାଚ ମିଛୁନ ନାୟକ ହୋଇଥିବା ବେଳେ ଶ୍ରୀକାନ୍ତ ପ୍ରଧାନଙ୍କୁ ମ୍ୟନ ଅଫ ଦି ମ୍ୟାଚ ଭାବରେ ଘୋଷଣା କରାଯାଇଛି । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ  ମ୍ୟାଚ ପରିଚାଳନା କରିଥିଲେ । ଅତିଥି ଭାବରେ କଲ୍ୟାଣପୁର ଆଇଆଇ ଓ ୟଙ୍ଗଷ୍ଟାରର ସଦସ୍ୟ ମାନଙ୍କ ଉପସ୍ଥିତିରେ ବେଷ୍ଟ କ୍ୟାଚ ଓ ମ୍ୟାନ ଅଫ ଦି ମ୍ୟାଚ ଖେଳାଳୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

PANCHAYATA STARIYA LIGUE MATCH RAISING STAR 12 RUN RE BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts