Breaking News

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଛଅ ଘଣ୍ଟିଆ ହରତାଳ

ସାକ୍ଷୀଗୋପାଳ ---- ଡବଲ ଇଞ୍ଜିନି ସରକାରଙ୍କ ସମୟରେ ନାରୀ ନିର୍ଯାତନା ବଡିବଡି ଚାଲିଛି । ନ୍ୟାୟ ଦେବା ପରିବର୍ତେ ଅଭିଯୁକ୍ତ ମାନଙ୍କୁ ସୁରକ୍ଷା ଓ ନିଜ ଦୋଷ ଲୁଚାଇ ଚାଲିଛନ୍ତି । ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବି ସହ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରିବା ଦାବି ରେ ବିଜେଡି ଦଳ ପକ୍ଷରୁ ପୁରୀ ଜିଲ୍ଲାରେ ଛଅ ଘଣ୍ଟିଆ ହରତାଳ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ବିଜେଡି ଦଳରେ ପୁରୀ ଜିଲ୍ଲାର ସଭାପତି ତଥା ସତ୍ଯବାଦୀ ର ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ଠାରୁ ସୂଚନା ମିଳିଛି । ସତ୍ୟବାଦୀ ରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରଖିବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି। ସତ୍ୟବାଦୀ ରେ ଶ୍ରୀ ସାମନ୍ତରାୟ ଙ୍କ ତତ୍ବାବଧାନରେ ସତ୍ଯବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଓ ବ୍ଳକ୍ ସଭାପତି ପ୍ରମୋଦ ରାଉତରାୟ ଙ୍କ ନେତୃତ୍ବ ରେ ହରତାଳ ଶାନ୍ତିପୂର୍ଣ୍ଣ ଭାବରେ କରାଯିବ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୮/୩୦୨୫---୯,୪୫ Sakhigopal News,6/8/2025

Blog Archive

Popular Posts