Breaking News

ଡେଲାଙ୍ଗ ବ୍ଲକରେ ବିଜୁ ପଟ୍ଟନାୟକ ସମ୍ମଳନୀ ପ୍ରକୋଷ୍ଟ ଉଦ୍ଘାଟନ କଲେ କୃଷି

ଡେଲାଙ୍ଗ----- ଡେଲାଙ୍ଗ ବ୍ଳକରେ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ସ୍ବତନ୍ତ ଫଣ୍ଡରୁ ୭୦ ଲକ୍ଷ ଟଙ୍କା ବ୍ଯୟରେ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠ କୃଷି ଓ ପଞ୍ଚାୟତରାଜ ମନ୍ତୀ ପ୍ରଦୀପ ମହାରଥୀ ଓ ଜିଲ୍ଳା ପ୍ରକଳ୍ପ ଅଧିକାରି ଉଦ୍ଧ୍ବବ ଚନ୍ଦ୍ର ମାଝୀ ଙ୍କ କରକମଳରେ ଉଦଘାଟନ ହୋଇଯାଇଛି । ବ୍ଳକ ଅଧ୍ଯକ୍ଷ ପ୍ରହନ୍ନ ସାହୁ ସଭାପତିତ୍ବ କରିଥିଲେ । ଅତିଥି ମାନଙ୍କ ମଧ୍ଯରେ ବିଡିଓ କ୍ଷୀରୋଦ ପ୍ରଧାନ,ଉପାଧ୍ୟକ୍ଷା ସ୍ବପ୍ନା ବଳବନ୍ତରାୟ, ସମବାୟବିତ୍ତି ବୈରାଗି ଜେନା , ପିପିଲିର ଆତ୍ମାର ସଭାପତି ଧରଣୀ ଧର ସାହୁ, କିଶୋର ଛୋଟରାୟ, ସହକାରୀ ଯନ୍ତୀ ରମେଶ ଚନ୍ଦ୍ର ସ୍ବାଇଁ ,କନିଷ୍ଠ ଯନ୍ତୀ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଳାପରିଷଦ ସଭ୍ଯ ସଭ୍ଯା , ବିଭିନ୍ନ ସରପଞ୍ଚ ,ସମିତିସଭ୍ଯ ସଭ୍ଯା ଓ ଡେଲାଙ୍ଗମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ , ସଭାନେତ୍ରୀ ବିଦ୍ଯୁଲତା ସ୍ବାଇଁ ସଦସ୍ଯାମାନଙ୍କ ସହିତ ବ୍ଳକର କର୍ମଚାରି ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅରିଶଲ, ଡେଲାଙ୍ଗ କୋଠବାଡ, ଖେଲାଉର ଓ ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତର ବିଜୁ ପକ୍କା ଘର କାର୍ଯ୍ଯଦେଶ ବଣ୍ଟନ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

DELANGA BLOCK RE BIJU PATTANAIK SAMMILANI PRAKOSTA UDGHATANA KALE KRUSHI  MANTRI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts