ଅଳଗୁମରେ ସ୍ବଚ୍ଛ ଭାରତ ଅଭିଯାନ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକର ଅଳଗୁମ ଗ୍ରାମରେ ଏକ ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଯୁବକ ମାନେ ଯୋଗଦେଇଥିଲେ । ଏହି ଅବସରରେ ପ୍ରଥପ୍ରାନ୍ତ ନାଟକ, ହାତଧୁଆ, ବକ୍ତୁତା ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ଓ ଯୁବକ ମାନଙ୍କୁ ପୁରଷ୍କୃତ କରାଯାଇଥିଲା ।ସ୍ୱଚ୍ଛ ଭାରତ ଅଭିଯାନର ମୋଟିଭେଟର ପ୍ରଶାନ୍ତ ବିଶ୍ୱାଳ ସଂଯୋଜନା କରିଥିଲେ । ଅଳଗୁମ ଗ୍ରାମ ପଞ୍ଚାୟତରେ ପାଇଖାନା କାମ ଶେଷ ହେବାକୁ ଯାଉଛି । ଏଣୁ ବହୁ ଶୀଘ୍ର ଉକ୍ତ ଗ୍ରାମ ପଞ୍ଚାୟତ ବାହ୍ୟ ଜଗତରୁ ମଳମୁକ୍ତ ଗ୍ରାମ ପଞ୍ଚାୟତ ଭାବେ ଘୋଷଣା କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ALAGUM RE SWATCHHA BHARAT ABHIJAN
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS
ALAGUM RE SWATCHHA BHARAT ABHIJAN
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS