Breaking News

ସରଧାପୁର ଫୁଟବଲ ଆସୋସିଏସନ ଫାଇନାଲରେ ପ୍ରବେଶ


ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ମା ବରାହୀ ମିନି ଷ୍ଟାଡିୟମ ପରିସରରେ ୩୦ତମ ମାଷ୍ଟର ମାଣିଆ ଫୁଟବଲ ଟୁର୍ଣ୍ଣମେଣ୍ଟ ରେ ଶରଧାପୁର ଫୁଟବଲ ଆସୋସିଏସନ ୫-୩ ଗୋଲ କରି ଫାଇନାଲରେ ପ୍ରବେଶ କରିଛି ।  ଖେଳ ଆରମ୍ଭର ୧୨ ମିନିଟ ମଧ୍ୟରେ ଭୁବନେଶ୍ୱରର ଇଲେଭେନଷ୍ଟାର ୫ ନଂ ଜର୍ସି ପ୍ରଥମ ଗୋଲ ଦେଇ ଭୁବନେଶ୍ୱର ଦଳକୁ ଆଗକୁ ନେଇଥିଲେ । ଖେଳର ଦ୍ୱିତୀୟାଧ୍ୟରେ ଶରଧାପୁର ଦଳର ୭ନଂ ଜର୍ସି ପିନ୍ଦିଥିବା ଖେଳାଳୀ  ୩୮ ମିନିଟିରେ ଗୋଲ ଦେଇ ୧-୧ରେ  ସ୍କୋର କରି ମ୍ୟାଚକୁ ଡ୍ର କରିଥିଲେ । ମ୍ୟାଚର ନିୟମ ଅନୁଯାୟୀ ଟ୍ରାଇବ୍ରେକର ମାଧ୍ୟମରେ ଶରଧାପୁର  ଫୁଟବଲ ଦଳ ୫-୩ ଗୋଲ ଦେଇ ଫାଇନାଲରେ ପ୍ରବେଶ କରିଥିଲେ ।  ମ୍ୟାଚ ରେ ରେଫରୀଥିଲେ ପ୍ରଫୁଲ ବେହେରା, ଲାଇନସ ମ୍ୟାନ ଭାବରେ ସାମିର ଅହମଦ୍ ଓ ଅରୁଣ କୁମାର ଦାସ  ।  ଅନୁଷ୍ଠାନର କ୍ରୀଡା ସମ୍ପାଦକ ରମେଶ ସ୍ୱାଇଁ ଓ  ହେମନ୍ତ ସ୍ୱାଇଁ, ବିଧୁ ଭୂଷଣ ସାମନ୍ତସିଂହାର, ହରିବଂଧୁ ସ୍ୱାଇଁ, ସୁକାନ୍ତ ଫାଳକ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଏନ. ଆଇ. ଟି. ଆଇ ଏକାଡେମୀ ପୁରୀ ସହିତ କଟକର ୟୁନ।।ଇଟେଡ  ଫୁଟବଲ କ୍ଳବ ମଧ୍ୟରେ ଖେଳ ହେବ ବୋଲି ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ଠାରୁ ପ୍ରକାଶ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
SARADHA PUR FOOTBALL ASSOCIATION FINAL RE PRABESH
NEWS BY - DHIRENDRA SENAPATI ( DELANGA )
SAKHIOPAL NEWS
DELANGA NEWS

Blog Archive

Popular Posts