Breaking News

ଜୟ ଜବାନ, ଜୟ କିଷାନ ଧାରା ଦେଇ ଚାରାରୋପଣ କାର୍ଯ୍ୟକ୍ରମ

 
ଭଞ୍ଜନଗର-- ମଙ୍ଗଳପୁର ଗ୍ରାମ ଠାରେ ଥିବା ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରକାଶ ଚନ୍ଦ୍ର ପାଠୀଙ୍କ ନିଜସ୍ୱ ଜମିରେ ଶତାଧିକ ଚାରା ରୋପଣ କରାଯାଇଛି  l ଜୟ ଜବାନ, ଜୟ କିଷାନ ନାରା ସହିତ ପରିବେଶ ସୁରକ୍ଷା ଏବଂ ଚାରା ରୋପଣକରି ତାରି ସୁରକ୍ଷା ସକାଶେ ସମାଜ ସେବି ପୂର୍ବତନ ଅବ୍ୟତନିକ ବନ୍ୟ ପ୍ରାଣୀ ତ୍ବତାବ ଧାରକ ଶୁଳପାଣି ଶତପଥୀ ଶପଥ ପାଠ କରିଥିଲେ l ସମାଜ ସେବି ସୁଶାନ୍ତ କୁମାର ମହାପାତ୍ର, ସ୍ଥନୀୟ ବାଲିପଦର ସେକ୍ସନ ବନପାଳ ଏବଂ ବନରଖି ଚରରୋପଣର ପ୍ରଣାଳୀ ବୁଝେଇବା ସହିତ ଚାରା ରୋପଣରେ ସହଯୋଗ କରିଥିଲେ l ଭଞ୍ଜନଗର ଶାନ୍ତି ଶ୍ରୋତ ଭବନ ରୁ ଆସିଥିବା ମୁଖ୍ୟ ପରିଚାଳିକା ବି କେ ସନ୍ତୋଷିନୀ ଭଉଣୀ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂଜାପାଠ ସହିତ ଆଜିର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ପାଠୀ, ଙ୍କ ସହିତ ପ୍ରଥମ ଚାରା ରୋପଣ କରିଥିଲେ l ମଙ୍ଗଳପୁର ଗ୍ରାମ କିଛି ଯୁବ ସ୍ଵେଛାସେବୀ ଏବଂ ଉପସ୍ଥିତ ଥିବା ବ୍ରହ୍ମକୁମାରୀ ଏବଂ ବ୍ରହ୍ମାକୁମାର ଭାଇ ଭଉଣୀ ଚାରା ରୋପଣ କରିଥିଲେ l ଏହିପରି ଉଦ୍ୟମକୁ ଅଞ୍ଚଳ ବାସୀ ଆଜିର ଦିନରେ ବୃକ୍ଷ ଏବଂ ମୁଖ୍ୟତଃ ବନ ସୁରକ୍ଷାର ଆବଶ୍ୟଜତା ଦୃଷ୍ଟିରୁ ଏହି ବିଭିନ୍ନ ଚାରା ରୋପଣ ଯଥା, ବଉଳ, ଅଁଳା, ଓଉ ମୁଖ୍ୟତଃ କାଜୁ (ଲଙ୍କା ଆମ୍ବ ) ସକାଶେ  ସାଧୁବାଦ ଜଣାଇଛନ୍ତି l ଅଗାମି ଦିନରେ ରୋପିତ ଚାରା ଗୁଡିକର ଯତ୍ନ ନେବା ଏବଂ କିଛି  ଚାରା ରୋପଣ କରିବାକୁ ଉଦ୍ୟକ୍ତl ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀ ପାଠୀ ଏବଂ ଆଜିର ଅତିଥି ଶ୍ରୀ ସୁଶାନ୍ତ ମହାପାତ୍ର ନିଜ ନିଜର ମତ ପ୍ରକାଶ କରିଥିଲେ ll
 ଶେଷରେ ଦକ୍ଷିଣ ଘୁମସୁର ବନଖଣ୍ଡ ଏବଂ ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବାଲିପଦର ସେକସେନ ବାବପାଳ ସୁକାନ୍ତ କୁମାର ପଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୧୦/୮/୨୦୨୫---୮,୩୦ Sakhigopal News,10/8/2025

Blog Archive

Popular Posts