ପଞ୍ଚାୟତ ସ୍ତରୀୟ ଲିଗ ମ୍ଯାଚ : କିଙ୍ଗ କ୍ରୋବା ବିଜୟୀ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଦ୍ବୁତୀୟ ମ୍ୟାଚଟି ରୟାଲ ଟାଇଗର ଓ କିଙ୍ଗ କୋବ୍ରା କ୍ରିକେଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ କିଙ୍ଗ କୋବ୍ରା କ୍ରିକେଟ ଦଳ ୧୨ ଓଭରରେ ୩ ଉଇକେଟ ହରାଇ ୧୧୭ ରନ କରିଥିଲା । ଜବାବରେ ରୟାଲ ଟାଇଗର କ୍ରିକେଟ ଦଳ ୧୧.୧ ବଲରେ ୨ ଉଇକେଟ ହରାଇ୧୨୨ ରନ କରିଥିଲେ । ବେଷ୍ଟ କ୍ୟାଚ ଜିତେନ୍ଦ୍ର ଛୋଟରାୟ ଓ ମ୍ୟାନଅଫ ଦି ମ୍ୟାଚ ଶୌରବଜିତ ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଥିଲା । ଗଣେଶ ସ୍ୱାଇଁ ଓ କବିନ୍ଦ୍ର ପ୍ରଧାନ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି