Breaking News

ବରକେରା ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ପୋଷାକ ବଣ୍ଟନ ମେଳା


 ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର ମୁନିଦା ଗ୍ରାମ ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନାତନ ସ୍ୱାଇଁ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ଉଚ୍ଚ ଆଶା କରିବା ସହ  ଉଚ୍ଚ ସ୍ୱପ୍ନ ଦେଖିବା ଦରକାର ବୋଲି ଅତିଥି ମାନେ କହିଥିଲେ  । ଛୋଟ ବେଳୁ ପାଠ ପଡିବାର ଜିଜ୍ଞାସା ଯିଏ ରଖିବ ସିଏ ନିଶ୍ଚିତ ଦିନେ ସଫଳତା ପାଇବ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀ ଉତ୍ସବରେ ସଭାପତିତ୍ୱ କରି କହିଥିଲେ  । ଏହି ପୋଷାକ ବିତରଣ ଉତ୍ସବରେ ବିଦ୍ୟାଳୟ ପରିଚାଳନାଳ କମିଟିର ସଭାପତି, ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।  ଉପସ୍ଥିତ ଥିବା ଶିକ୍ଷକ ମାନେ ଗପ ମ।।ଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ଉପଦେଶ ପ୍ରଦାନ କରାଯାଇଥିଲା । ଆଜି ବିଦ୍ୟାଳୟକୁ ଆସିଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ନୂତନ ପୋଷାକ ପିରିଧାନ କରି ପ୍ରାର୍ଥନା କ୍ଳାସରେ ଉପସ୍ଥିତ ରହିଥିଲେ  । ଯାହାକି ଡେଲାଙ୍ଗ ବ୍ଳକର ଶିକ୍ଷା ବିଭାଗରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts