Breaking News

ଭେଙ୍କଟେଶ୍ବର ଇଂରାଜୀ ମିଡିୟମ ବିଦ୍ଯାଳୟର ବାର୍ଷିକ କ୍ରୀଡା ଉତ୍ସବ

କୋଣାର୍ଖ---କୋଣାର୍କ ନିକଟସ୍ଥ ମା ଭଗବତୀ ବିହାର ସ୍ଥିତ ଭେଙ୍କେଟେଶ୍ବର ଇଂରାଜୀ ମିଡିୟମ ସ୍କୁଲ ଠାରେ ଦୁଇ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ପୂର୍ବାହ୍ନ ୧୦ଟା ସମୟରେ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ମା ଭଗବତୀ ପୀଠ ଠାରୁ କ୍ରୀଡା ମଶାଲ ଆଣିବା ପରେ ପଡିଆ ପରିକ୍ରମା କରିଥିଲା  ।  ପରେ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଦୁଇ ଦିନିଆ କ୍ରୀଡ଼ା କାର୍ଯ୍ୟକ୍ରମ କୁ କୋଣାର୍କ ଭଗବତୀ ମହା ବିଦ୍ୟାଳୟ ର ଏନସିସି ଅଧିକାରୀ ଲେଫନାଣ୍ଟ କର୍ଣ୍ଣଲ ଅଧ୍ୟାପକ ବିନୟ ଭୂଷଣ ମହାନ୍ତି ଓ ବିଦ୍ୟାଳୟର ସଂପାଦକ ତଥା ଶିକ୍ଷାବିତ ଗୁଣନିଧି ମୁଦୁଲି ଅତିଥି ଭାବରେ ଯୋଗ ଦେଇ କ୍ରୀଡା ଉତ୍ସବ କୁ  ଉଦଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀ ମାନେ ଦୃଢ ମନୋବଳ ପ୍ରତିପୋଷଣ କରି କ୍ରୀଡା ରେ ବ୍ରତୀ ହେଲେ କ୍ରୀଡା ରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ସଫଳତା ହାସଲ କରିପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।  ୧୦୦ମିଟର, ୨୦୦ମିଟର ,ଦୈଡ ପ୍ରତିଯୋଗିତା, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମ୍ଯାଥ ରେସ ସମେତ ଅନ୍ୟାନ୍ୟ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୁ ମାନେ ଭାଗ ନେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାଦ ରଂଜନ ପାତ୍ର, ମୁଖ୍ୟ ପରିଚାଳକ ମାନସ ରଞ୍ଜନ ମୁଦୁଲି, କ୍ରୀଡା ଶିକ୍ଷକ ଅମିୟ ଭୂଷଣ ମହାନ୍ତି ଓ ବିନୟ କୁମାର ମହାପାତ୍ର ପ୍ରମୁଖ କ୍ରୀଡା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ନିମାପଡାରୁ ଜୟନ୍ତ ସେଠୀ

BHENKATESWAR ENGLISH MEDIUM BIDYAALAYA RA BARSIKA KRIDA UTSAV
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts