ବ୍ରଜାଘାତରୁ ରକ୍ଷା ପାଇଁ ୧ହଜାର ତାଳ ଚାରା ରୋପଣ
କଣାସ --- କଣାସ ବ୍ଲକ ସିରେଇ ଗ୍ରାମପଞ୍ଚାତର ଦେଠିଆପଡା ଗ୍ରାମରେ ପ୍ରତିଷ୍ଠିତ ଦେଠିଆପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ‘ଆସ ଲଗାଇବା ତାଳ ଗଛ’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବ୍ରଜପାତ ଜନିତ କ୍ଷୟକ୍ଷତିକୁ କମ କରିବାପାଇଁ କମିଟି ତରଫରୁ ବିଦ୍ୟାଳୟ ନିକଟସ୍ଥ ଲୁଣାନଦୀ ବନ୍ଧରେ ଦୁଇ ପାଶ୍ୱର୍ରେ ତିପୁରୀ କଳଘାଇ ଛକଠାରୁ ଜଙ୍ଘାର ଛକ ପର୍ଯ୍ୟନ୍ତ ପ୍ରାୟ ୩କିମି ରାସ୍ତାର ଦୁଇପାଶ୍ୱର୍ରେ ୧ହଜାର ତାଳ ଚାରା ରୋପଣ କରାଯାଇଛି । ପ୍ରତ୍ୟେକ ବର୍ଷ ତାଳଗଛ କମ ଥିବାରୁ ବହୁ କ୍ଷୟକ୍ଷତି ବ୍ରଜପାତ ଯୋଗୁଁ ଘଟୁଛି ସରକାରଙ୍କ ପକ୍ଷରୁ ସୂଚନା ଦେବାପରେ ଏହି କ୍ଷୟକ୍ଷତିକୁ କିପରି କମାଯାଇ ପାରିବ ସେଥିପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କର ବଡ ଜନସଚେତନତା କାର୍ଯ୍ୟକ୍ରମ ଦେଠିଆପଡା ଓ ଏକରୁଖା ଗ୍ରାମରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିବେଶବିତ୍ତ୍ ଅପର୍ତ୍ତି ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମହାପାତ୍ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ସଭାପତି ଶରତ କୁମାର ମହାପାତ୍ର, କମିଟିର ସମସ୍ତ ସଭ୍ୟ ସଭ୍ୟା, ସ୍ୱଚ୍ଛାସେବୀ ଅକ୍ଷୟ କୁମାର ବିଶ୍ୱାଳ ଯୋଗଦାନ କରିଥିଲେ ।
କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୧୧/୮/୨୦୨୫---୮,୨୦ Sakhigopal News, 11/8/2025