ମତେ ଏ ଦୁନିଆରେ ଚିହ୍ନଟ କରିଛି ମୋ ମା : ମନ୍ତୀ ଶ୍ରୀ ମହାରଥୀ
ଡେଲାଙ୍ଗ------ଡେଲାଙ୍ଗ ବ୍ଲକର ମୁନିଦା ଗ୍ରାମ ପଞ୍ଚାୟତ ନିକଟ ପଡିଆରେ ୧୬ନମ୍ବର ଜିଲ୍ଲାପରିଷଦ ଜୋନ ସ୍ତରୀୟ ବିଜେଡି ଦଳର କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏହିବୈଠକରେ ବିଜେଡି ଦଳର ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗ ଦେଇଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ରାଜ ଓ କୃଷି ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥି ଯୋଗ ଦେଇ ମହିଳା ମାନଙ୍କ ଉଦ୍ଦ୍ୟେଶରେ କହିଥିଲେ ମତେ ଏ ଦୁନିଆରେ ଚିହ୍ନଟ କରିଛି ସେ ହୋଉଛି ମୋ ମା । ବିଜୟର ଟିକା ମୋ ମା ମାନେ ପିନ୍ଦାଇ ଦେଇ ବିଧାନସଭାକୁ ଛାଡିଛନ୍ତି । ସେମାନଙ୍କ ପାଇଁ ମୁଁ ସେବା କରୁଛି ଓ କରୁଥିବି ବୋଲି ବୈଠକରେ କହିଥିଲେ ମନ୍ତୀ ଶ୍ରୀ ମହାରଥୀ। ପରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସରକାରଙ୍କ ସଫଳ ଯୋଜନା ଉପରେ ଜନସାଧାରଣଙ୍କୁ ଆଲୋକପାତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ପୂର୍ବତନ ଆତ୍ମାର ସଭାପତି ବସନ୍ତ କୁମାର ବେହେରା । ଏହି ବୈଠକରେ ସଭାପତିତ୍ୱ ଓ ସଭା ପରିଚାଳନା କରିଥିଲେ ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ, ପିପିଲି ବ୍ଳକର ଆତ୍ମାର ସଭାପତି ଧରଣୀ ଧର ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କିଶୋର ଛୋଟରାୟ, ପିପିଲି ବ୍ଳକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ମୁନିଦା ପଞ୍ଚାୟତର ସରପଞ୍ଚ ସଂନ୍ଧ୍ୟାରାଣୀ ପରିଡା, ଜିଲ୍ଲା ପରିଷଦସଭ୍ୟା ପୁଷ୍ପାଞ୍ଜଳି ସାମଲ, ଆଇନଜିବୀ ଶ୍ରୀଧର ପ୍ରଧାନ, ମୁନିଦା ପଞ୍ଚାୟତର ପୁର୍ବତନସରପଞ୍ଚ ନରେନ୍ଦ୍ର ପରିଡା, ଡେଲାଙ୍ଗ ମିଶନ ଶକ୍ତି ମହଳିା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପୂର୍ବତନ ସମିତିସଭ୍ୟ ଲଛମନ ଦଲାଇ ପ୍ରମୁଖ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସରକାରରେ ସମସ୍ତ ଯୋଜନା ପ୍ରତ୍ୟକ ଘରେ ପହଞ୍ଚିଥିବା ବେଳେ ମହିଳାଙ୍କ ପ୍ରତି ସ୍ୱତନ୍ତ୍ର ସମ୍ମାନ ଓ ସ୍ଥାନ ମିଳିଛି କହିଥିଲେ । ପିପିଲି ବ୍ଳକର ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ ଯୋଗଦେଇ ଆଗାମୀ ୨୦୧୯ରେ ହେବାକୁ ଯାଉଥିବା ସଂଗ୍ରାମରେ ଆମ ନେତାଙ୍କୁ ଆମେ ଏକାଠି ହୋଇ ବିପୁଳ ଭାବରେ ବିଜୟୀ କରିବା ପାଇଁ ଉପସ୍ଥିତ ଥିବା ମହିଳା ପୁରୁଷ ମାନଙ୍କୁ ସେ ନିବଦେନ କରିଥିଲେ । ସେହିପରି ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ଦୃଢ଼ତାର ସହ କହିଥିଲେ ମୋ ପଞ୍ଚାୟତରେ କୌଣସି ଗ୍ରାମରେ ନାଲି ମୋରମ ରାସ୍ତା ନାହିଁ , ବିଜୁପକ୍କାଘର କାର୍ଯ୍ୟ ଯୋରସୋର ଚାଲିଛି, ଆମ ଗାଁ ଆମ ବିକାଶ ଯୋଜନାରେ ମଞ୍ଚରୁ ହୋଇଥିବା ପ୍ରକଳ୍ପ ଗୁଡିକ ର କାମ ଚାଲିଛି ବିଶେଷ କରି କୃଷୀ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶରେ ପଞ୍ଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଆଗୋଇ ଚାଲିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ, ଗୁଆଳି ପଡା ସମିତିସଭ୍ୟ ବାସୁଦେବ ଜେନା, ସରପଞ୍ଚ କାଳନ୍ଦୀ ଜେନା, ଅଭୟମୁଖୀ ସରପଞ୍ଚ ପ୍ରସନ୍ନ କୁମାର ପରିଡା, ଧାନକେରା ସରପଞ୍ଚ ପ୍ରସନ୍ନ କୁମାର ଜେନା, ସାଉରିଆ ସରପଞ୍ଚ କୁନିମଣୀ ରାଉତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗ ବ୍ଲକ ବିଜେଡି ଛାତ୍ର ସଭାପତି ସୁଦିପ୍ତ ନାୟକ ଏବଂ ବିଜୁ ଯୁବ ବାହିନୀ ସଦସ୍ଯଓ ମିଶନ ଶକ୍ତି ମହିଳା ମହାସଂଘର ର ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି