ଡେଲାଙ୍ଗରେ ବିଜେଡି ୨୧ତମ ପ୍ରତିଷ୍ଠା ଦିବସ ପାଳନ
ଡେଲାଙ୍ଗ----- ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଡେଲାଙ୍ଗ ବିଜେଡି ପକ୍ଷରୁ ଡେଲାଙ୍ଗ ହାଟ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତଥିବା କର୍ମୀ ମାନଙ୍କୁ ବିଜୁ ବାବୁଙ୍କ କାର୍ଯ୍ୟଶୈଳିରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଓ ମୁଖ୍ୟମନ୍ତ୍ରୀ ଙ୍କ ଜନହିତକାରୀ ଯୋଜନା ମାନ କିପରି ତୃଣମୂଳ ସ୍ତରରେ ପହଞ୍ôଝ ପାରିବ ଏବଂ ବିଜଡେି ଦଳକୁ ମଜବୁତ କରିବା ସହ ଆମର ନେତା ତଥା କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ପାଇଁ କର୍ମୀ ମାନେ ଶପଥ ନେଇଥିଲେ । ଏହି ପ୍ରତିଷ୍ଠା ଦିବସରେ ସୁଜନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ବିପିନି ବିହାରୀ ନରେନ୍ଦ୍ର, ସାଉରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ , ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମାନେତ୍ରୀ ବିଦ୍ୟୁଲତା ସ୍ୱାଇଁ, ସମ୍ପାଦିକା ବାସନ୍ତୀ ସାହୁଙ୍କ ସହିତ ସଦସ୍ୟା ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଯୋଗଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତୀ
DELANGA RE BJD 21 TAMA PRATISTHA DIBASA PALANA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS