Breaking News

ରେଳ ଧାରଣାରେ ଯୁବକଙ୍କର ମୃତ୍ଯୁ ଦେହ ପଡିବାକୁ ନେଇ ଉତ୍ତେଜନା ; ତିନି ଘଣ୍ଟା ରେଳରୋକ

ଡେଲାଙ୍ଗ--- ପୁରୀ- ଖୋର୍ଦ୍ଧା ରୋଡ ମଧ୍ୟବର୍ତ୍ତୀ କଣାସରୋଡ ରେଳ ଷ୍ଟେସନ ଏକନଂ ପ୍ଳାଟ ଫର୍ମ ରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକର ଖଣ୍ଡ ବିଖଣ୍ଡିତ ଶବ ପଡିକି ରହିଥିଲା  । ଯାହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଉତ୍ତେଜିତ ହୋଇ ରୋଳରୋକ କରିବା ସହ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବୀ କରିଥିଲେ । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଧୀରେନ କୁମାର ରାଉତରାୟ ( ୨୭) ତାଙ୍କର ଖଣ୍ଡ ବିଖଣ୍ଡିତ ଶବ କଣାସରୋଡ ପ୍ଳାଟଫମରେ ସକାଳ ପର୍ଯ୍ୟନ୍ତ ପଡିଥିଲା । ଶବ ପଡିବାରୁ କାଉ ଓ କୁକୁର ଖାଉଥିଲେ  । ଏହି କଥା ଗ୍ରାମରେ ପହଞ୍ଚିବା ପରେ ଗ୍ରାମର ଶତାଧିକ ଗ୍ରାମାବସୀ ମାନେ ସେଠାରେ ପହଞ୍ଚିଥିଲେ । ସେ ସମୟରେ ପୁରୀ- କଟକ -ଭଦ୍ରକ ପାସେଞ୍ଜର ଟ୍ରେନକୁ କଣାସରୋଡ ରେଳ ଷ୍ଟେସନ ଠାରେ ଗ୍ରାମବାସୀ ମାନେ ଅଟକାଇ ବା ସହ ରେଳଧାରଣା ଉପରେ ବସି ରହିଥିଲେ । ଯାହା ଫଳରେକି ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ପୁରୀ- ଖୋର୍ଦ୍ଦାରୋଡ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଥିଲା  । ଏ ସମ୍ପର୍କରେ ଡେଲାଙ୍ଗ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଅଜୟ ରାଉତରାୟ ଖୋର୍ଦ୍ଧା ଜିଆରିପିଙ୍କୁ ଫୋନ କରି ପଚାରିବାରୁ ସେମାନଙ୍କୁ ଷ୍ଟେସନ ମାଷ୍ଟର ଜଣାଇ ନାହିଁ ବୋଲି କହିଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ଜିଆରପି ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ଖୋର୍ଦ୍ଧାରୋଡ ଥାନା ଏସଆଇ ଏସ. କେ. ବାହିନୀପତି ଓ ପୁରୀରୁ ଆରପିଏଫ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନ କାରୀ ମାନଙ୍କ ସହ ଆଲେଚନା କରିଥିଲେ । ଗ୍ରାମବାସୀ ମାନେ ଦାବୀ କରିଥିଲେ ଯେ ପ୍ଳାଟଫର୍ମ ଏବେ ଅସମାଜିକ ଯୁବକ ମାନଙ୍କର ଆଡାସ୍ଥଳୀ ପାଲିଟିଛି ।  ଏଠାରେ ଥିବା ରେଳକର୍ମଚାରୀଙ୍କୁ ତୁରନ୍ତ ବଦଳି ଓ ଯୁବକଙ୍କୁ ହତ୍ୟା କରି ଏଠାରେ ପିଙ୍ଗା ଯାଇଛି ବୋଲି ଦାବୀ ହୋଇଥିଲା  । ରେଳୱ ପୋଲିସ ଶବ ଜବତ କରି ଖୋର୍ଦ୍ଧାରୋଡ ରେଳୱ ଥାନା କେସ ନଂ ୧୦୧/୧୮ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି । ପୋଷ୍ଟମଟମ ରିର୍ପୋଟ ଆସିବା ପରେ ଯାହା କିଛି କରାଯିବ ବୋଲି କହିବା ପରେ ଆନ୍ଦୋଳନ ହଟିଥିଲା । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
RAIL DHARANA RE JUBAKA NKA RA MRUTA DEHA PADIBAKU NEI UTTEJANA TINI GHANTA RELA ROK
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts