Breaking News

ପୋଲିଓ ଓ ରୋଗ ପ୍ରତିରୋଧକ ଟିକା ନେଇ ଶିଶୁର ମୃତ୍ଯୁ

କୋଣାର୍କ-----ରୋଗ ପ୍ରତିରୋଧ ଟୀକା ଶିଶୁର ଜିବନ ନେଲା, ଏଭଳି ଅଭିଯୋଗ ଅ।ଣିଛନ୍ତି ମୃତ ଶିଶୁର ପରିବାର ଲୋକେ । ପୋଲିଓ  ଓ ରୋଗ ପ୍ରତିରୋଧକ ଟୀକା ନେବାର କିଛି ଘଣ୍ଟା ପରେ ଶିଶୁର ଜିବନ ଚାଲିଗଲା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।   ସୂଚନା ଯୋଗ୍ଯଯେ ପୁରୀ ଜିଲ୍ଲା ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତର ଭିତର ଦରିଗାଁରେ ଏକ ଦୁଖଦ ଙଟଣା ଙଟୀ ଯାଇଛି ।  କାଳନ୍ଦୀ ମହାରଣା ଓ ସସ୍ମିତା ମହାରଣା ଙ୍କ ଏକ ମାତ୍ର ପୁଅ  ନିମାପଡା ସରକାରୀ  ଚିକିତ୍ସାଳୟ ରେ ଗତକାଲି ସକାଳ ୯ଟା ସମୟରେ ରୋଗ ପ୍ରତିରୋଧ ଟୀକା ନେବା ସହିତ ପୋଲିଓ ବୁନ୍ଦା ଖାଇଥିଲା । ମାତ୍ର ରାତ୍ର ୧୨ଟା ସମୟ ରେ ହଠାତ୍ ଶିଶୁ ଟି ଅସୁସ୍ଥ ହୋଇ ପଡି ବାନ୍ତି କରିଥିଲା । ତାଙ୍କ ସମ୍ପକୀୟ ମାନେ ଶିଶୂଟିକୁ ନିମାପଡା ଡାକ୍ତରଖାନ।କୁ ନେଇ ଥିଲେ  । ମାତ୍ର ସେଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଶିଶୁ ୩ ମାସ ର ବୋଲି ଜଣାପଡିଥିବା ବେଳେ ଟିକା ହିଁ ଶିଶୁର ଜିବନ ନେଇଛି ବୋଲି ମୃତ ଶିଶୁର ପିତା ଅଭିଯୋଗ କରିଛନ୍ତି । ସେପଟେ ଶିଶୁର ଜିବନ ଟିକା ପାଇଁ ଯାଇଛି ନା ଅନ୍ୟ କୌଣସି କାରଣ ରହିଛି ତାହା ଶବବ୍ୟବଚ୍ଚେଦ ପରେ ଜଣା ପଡିବ ବୋଲି ସ୍ବାସ୍ଥ୍ଯ ବିଭାଗର ଜଣେ ଅଧିକାରି ନିଜ ନାମ ଗୋପନ ରଖି କହନ୍ତି । ଅପରପଟେ ମୃତକ ଶିଶୁର ପରିବାର କୁ କ୍ଷତି ପୂରଣ ଦେବାକୁ ଦାବୀ କରିଛନ୍ତି ଗ୍ରାମବାସି ।
ନିମାପଡାରୂ ଜୟନ୍ଥ ସୈଠୀ
POLIO O ROGA PRATIRODHAKA TIKA NEI SISURA MRUTYU
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts