ସ୍ବତନ୍ତ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦ୍ଘାଟିତ
କୋଣାର୍କ-----ପୁରୀ ନୀଳାଚଳ ହାଟଠାରେ ସ୍ବତନ୍ତ୍ର ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳା ଉଦ୍ଘାଟିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତି ଏହି ମେଳା ଉଦ୍ଘାଟନ କରିଥିଲେ। ହସ୍ତତନ୍ତ,ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା ଆୟୋଜିତ ଏହି ମେଳା ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମେଳାରେ ୧୫ ଟି ହସ୍ତତନ୍ତ ଓ ବୟନ ଷ୍ଟଲ ଏବଂ ୧୫ ଟି ହସ୍ତଶିଳ୍ପ ଷ୍ଟଲ ଏହିପରି ମୋଟ ୩୦ ଟି ଷ୍ଟଲ ରହିଛି । ଓଡ଼ିଶାର ବିଭିନ୍ନ ଷ୍ଟଲ ସହ କର୍ଣ୍ଣାଟକ, ହରିଆଣା, ଉତ୍ତରପ୍ରଦେଶ, କାଶ୍ମୀରର ୪ଟି ଷ୍ଟଲ ରହିଛି । ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସୁଲଭ ମୂଲ୍ୟରେ ବିକ୍ରୟ କରାଯାଉଛି । ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି ଲିଃ (ବୟନିକା) ଓଡ଼ିଶା ହସ୍ତତନ୍ତ ଉଦ୍ୟୋଗର ସର୍ବପୁରାତନ ତଥା ଏକମାତ୍ର ଶୀର୍ଷ ବିପଣନ ସଂସ୍ଥା। ଓଡ଼ିଶାର ହଜାର ହଜାର ବୁଣାକାରଙ୍କ ଜୀବିକା ନିର୍ବାହର ମୁଖ୍ୟ ପାଥେୟ ସେମାନଙ୍କ ଦ୍ବାରା ଉପାର୍ଜିତ ହସ୍ତତନ୍ତ ବସ୍ତୁର ଉତମ ବିପଣନ । ବୟନିକା ର ପ୍ରୁନଃବିଳ୍ୟାସ ପରେ ଏହି ସଂସ୍ଥା ଓଡ଼ିଶା ହସ୍ତତନ୍ତ ବସ୍ତୁର ବିକ୍ରୟ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରିଛି। ଏହି ଅନୁଷ୍ଠିତ ସ୍ବତନ୍ତ୍ର ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳା ର ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ପ୍ରକାଶ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ସଭାପତି ବୟନିକା ଶ୍ରୀ ଶେଷ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ବୟନିକା ଶ୍ରୀ ବିକାଶ ଚନ୍ଦ୍ର ମହାପାତ୍ର, ଉପ ଜିଲ୍ଲାପାଳ ଶ୍ରୀ ଭାବତାରଣ ସାହୁ ଆଦି ପ୍ରମୁଖ ଯୋଗ ଦେଇଥିଲେ।
ନିମାପଡାରୁ ଜୟନ୍ତ ସେଠୀ
SWATANTRA HASTATANTA O HASTASILPA MELA UDGHATITA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS