୩୦ତମ ମାଷ୍ଟର ମାଣିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ : ୧-୦ରେ ସରଧାପୁର ବିଜୟି
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ମା ବରାହୀ ମିନି ଷ୍ଟାଡିୟମ ପରିସରରେ ୩୦ତମ ମାଷ୍ଟର ମାଣିଆ ଫୁଟବଲ ଟୁର୍ଣ୍ଣାମେଣ୍ଟଆଜି ଉଦ୍ଘାଟନ ହୋଇଯାଇଛି । ଜିଲ୍ଲା ପରିଷଦସଭ୍ୟ ମଳୟ କୁମାର ମହାନ୍ତି ଓ ସରପଞ୍ଚ ଗନ୍ଦବ ବେହେରା ଓ ସମିତି ସଭ୍ୟ ସନ୍ତୋଷ ସେଠୀ ଅତିଥି ଭାବେ ଯୋଗଦେଇ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ । ପ୍ରଥମ ମ୍ୟାଚ ମା ବାହୁଟି କ୍ଳବ ଅରଗୁଳ ଟିମ ସହିତ ସରଧ।ପୁର ଫୁଟବଲ ଆସୋସିଏସନ୍ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧାର ସରଦାପୁର ଟିମ ୧-୦ ଗୋଲ କରି ବିଜୟୀ ହୋଇଛି । ମ୍ୟାଚ ପରିଚାଳନା କରିଥିଲେ ପ୍ରଫୁଲ ବେହେରା, ଲାଇନିମ୍ୟାନ ରେଫରୀ ଭାବରେ ଦିଲୀପ କର ଓ ଅରୁଣ ଦାଶ ରହିଥିଲେ । ଆସନ୍ତାକାଲି ଏନଆଇଟିଏ ଫୁଟବଲ ଏକାଡେମୀ ପୁରୀ ସହିତ ଜଟଣୀର ବାଲାଜି ଫୁଟବଲ କ୍ଳବ ମଧ୍ୟରେ ଖେଳ ହେବ ବୋଲି ଅନୁଷ୍ଠାନର ସଭାପତି ତଥା ଆଇନଜିବୀ ବିରଞ୍ଚି ନାରାୟଣ ସାମନ୍ତସିଂହାରଙ୍କ ଠାରୁ ପ୍ରକାଶ । ସମ୍ପାଦକ ଜଳନ୍ଦର ବେହେରାଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଖେଳ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
30 TAMA MASTER MANIA FOOTBALL TOURNAMENT UDGHATANA 1-0 RE SARADHAPUR BIJAYI
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS