ପିଠା କାର୍ଯ୍ଯକ୍ରମରେ ହିତାଧିକରୀଙ୍କ ଠାରୁ ଦରଖାସ୍ତ ରଖାଗଲା ନାହିଁ ବୋଲି ଅଭିଯୋଗ
ସାକ୍ଷୀଗୋପାଳ -----ରାଜ୍ୟ ସରକାର ଗ୍ରାମରେ ବସବାସ କରୁଥିବା ଜନ ସାଧାରଣଙ୍କୁ ସୁବିଧା ଓ ବିଭିନ୍ନ ଜନ ହିତକର କଲ୍ୟାଣର ସମୀକ୍ଷା ସହିତ ବାଦ ପଡିଥିବା ହିତାଧିକାରୀ ମାନଙ୍କୁ ସାମିଲ ହେବା ପାଇଁ ପିଠା ହୋଉଛି ଏକ ନୂତନ ଯୋଜନା । ମାତ୍ର ସତ୍ୟବାଦୀ ବ୍ଳକର ବଳପୁର ଠାରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ଏହାର ଓଲଟା ଦେଖିବାକୁ ମିଳିଥିଲା । ଅଭିଯୋଗ କରିବାକୁ ଆସିଥିବା ମହିଳା ମାନଙ୍କ ଠାରୁ କେହି ଅଭିଯୋଗ ଗ୍ରହଣ କରିନଥିଲେ । ଯାହାକି ସେମାନଙ୍କ ମୁହଁ ପିଠା ବଦଳରେ ପିତା ହୋଇଯାଇଥିବାର ଦେଖାଯାଇଥିଲା ବୋଲି ଶୁଣିବାକୁ ମିଳୁଛି । ସତ୍ୟବାଦୀ ବ୍ଳକର ବଳପୂର ଗ୍ରାମ ପଞ୍ଚାୟତର ସହଦେବ ପୀଠ ପ୍ରାଙ୍ଗଣରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପିଠା କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ମଣ୍ଡଳ ଅଧିକାରୀ ଡ. ଗୌରବ ମୟ ପ୍ରଧାନ, ସରପଞ୍ଚ ତ୍ରିନାଥ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ଧୁବ ଦାଶ , ବିଧାୟକଙ୍କ ପ୍ରତିନିଧି ସୁନୀଲ ପଣ୍ଡା, ସମିତିସଭ୍ୟ କାଳି ପ୍ରସାଦ ପଣ୍ଡା, ଆତ୍ମାର ସଭାପତି ବେବିଲାଲ ମିଶ୍ର, ଯୁବ ସଂଗଠକ ଶଙ୍କର ପ୍ରଧାନ ଓ ସୁରେଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଶିଶୁ ମହିଳା ପ୍ରକଳ୍ପର ପରିଦର୍ଶିକା , କୃଷି, ଉଦ୍ୟାନ, ସ୍ୱାସ୍ଥ୍ୟ, ପାନୀୟ ଜଳ, ଶ୍ରମିକ ବିଭାଗ, ପୁରୀ ଡିଆରଡିଏରୁ ଗୃହ ନିର୍ମାଣ, ସ୍ୱଚ୍ଛ ଭାରତ ଅଭିଯାନ, ଆଦି ବିଭାଗର ଅଧିକାରୀ ମାନେ ଉପସ୍ଥିତଥିଲେ । ଅନୁଷ୍ଠିତ ସଚେତନତା ସଭାରେ ସରପଞ୍ଚ ତ୍ରିନାଥ ମହାପାତ୍ର ସଭାପତିତ୍ୱ କରିଥିଲେ । ଅ ବ୍ଳକ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ଯେଉଁପରି ଭାବରେ ମହିଳା ମାନଙ୍କ ପାଇଁ ନୂତନ ଯୋଜନା ପ୍ରଣୟନ କରୁଛନ୍ତି ତାଙ୍କର ଦୀଘାୟୁ କାମନା କରିବା ବେଳେ ମହିଳା ମାନେ ହୁଳହୁଳି ପକାଇବା ଶଙ୍ଖଧ୍ୱନି ଦେଇ ସମର୍ଥନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକାର ଯୋଜନା ସଠିକ କାର୍ଯ୍ୟକ୍ରମ ଓ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚୁଛିକି ନାହିଁ ତାହା ଜାଣିବା ପାଇଁ ସରକାର ପିଠା ଯୋଜନା ପ୍ରଣୟନ କରିଛନ୍ତି ବୋଲି ଅତିଥି ମାନେ କହିଥିଲେ । ବିଭିନ୍ନ ମହିଳା ସଂଗଠନର ସଦସ୍ୟା , ଆଶା, ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ କଳାକାର ଭର୍ତ୍ତା ୧୦ଜଣ, ବିଜୁ ପକ୍କାଘର କାର୍ଯ୍ୟଦେଶ ୩ଜଣଙ୍କୁ ପ୍ରଦାନ କରାଯାଇଥିଲା । ସରକାରଙ୍କ ଗାଇଡି ଲାଇନି ଅନୁଯାୟୀ ବା ସଠିକ ସମୟରେ ଗୃହ ନିର୍ମାଣ କରିଥିବାରୁ ୩୭ ଜଣଙ୍କୁ ଆର୍ଥିକ ପ୍ରୋସାହନ ରାଶି ଅତିଥିମାନେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ବଳପୁର ପଞ୍ଚାୟତର ମହିଳା ମହାସଂଘର ସଭାନେତ୍ରୀ ଲକ୍ଷ୍ମୀପିୟା ଦାଶଙ୍କ ସହ ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
PITHA KARJYAKRAMA HITADHIKARINKA THARU DATAKHASTA RAKHAGALA NAHIN BOLI ABHIJOGA
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS