ବିଜେଡି ଦଳରେ ସାମିଲି ହେଲେ କଂଗ୍ରେସର କର୍ମୀ
ପିପିଲି----ପିପିଲି ବ୍ଲକର ତେଇଶିପୁର ପଞ୍ଚାୟତର ନିର୍ମଳାଠାରେ ଅନୁଷ୍ଠିତ ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକରେ ତେଇଶିପୁର ପଞ୍ଚାୟତର ନୁଆଗୋଡି ଗ୍ରାମର ୧୫ଜଣରୁ ଉର୍ଦ୍ଦ୍ବ କଂଗ୍ରେସ ର୍ କର୍ମି ବିଜେଡି ଦଳରେ ସାମିଲ ହୋଇଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ନୀତି , ଆଦର୍ଶ ଓ ଜନକଲ୍ୟାଣ ଯୋଜନା ସହିତ ପିପିଲି - ଡେଲାଙ୍ଗର ଅଦୀତ୍ୱୟ ନେତା ତଥା କୃଷୀ ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ନୀତି ଆମକୁ ବିଜେଡି ଦଳରେ ସାମିଲି କରିବାକୁ ଆଗ୍ରହ ସୃଷ୍ଟି କରିଛି ବୋଲି ସେମାନେ କହିଥିଲେ । ସେମାନଙ୍କୁ ତେଇଶିପୁର ପଞ୍ଚାୟତର ବିଜେଡି ସଭାପତି ଧରଣିଧର ସାହୁ ଓ ମନ୍ତ୍ରୀ ଶ୍ରୀ ମହାରଥି ଦଳୀୟ ଉତ୍ତରିୟ ଦେଇ ସ୍ୱାଗତ କରିଥିଲେ । ସେମାନେ ହେଲେ ନୁଆଗୋଡି ଗ୍ରାମର କ୍ଷେତ୍ର ମୋହନ ନାୟକ,ସଂଜୟ କୁମାର ପରିଡା,ଭିମସେନ ସ୍ୱାଇଁ,ଅଜୟ ପ୍ରଧାନ,ମିର୍ ଅଜିମ,ଟବୁଲ୍ଲୁ ମହମ୍ମଦ,ନୃସିଂହ ଦାସ,ଜଗନ୍ନାଥ ବେହେରା,ଶେଖ ଏଜାବୁଲ,ରବିନ୍ଦ୍ର ବେହେରା ପ୍ରମୁଖ ବୋଲି ସୂଚନା ଦେଇଛନ୍ତି ପଞ୍ଚ।ୟତର ବିଜେଡି ସଭାପତି ଧରଣି ଧର ସାହୁ ।
ପିପିଲିରୁ ବିଜୟ କୁମାର ଦାଶ
BJD DALARE SAMIL HELE CONGRESS RA KARMI
NEWS BY - BIJAYA KUMAR DAS ( PIPILI )
SAKHIGOPAL NEWS