୭୨ ଘଣ୍ଟା ମଧ୍ଯରେ ଧାନ ମଣ୍ଡିରେ ବିକ୍ରୟ କଲେ ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଯିବ : ରାଜସ୍ବ ମନ୍ତୀ
ସାକ୍ଷୀଗୋପାଳ---- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଳତୀପାଟପୁର ନଡିଆ ବଜାର ପ୍ରାଙ୍ଗଣରେ ସରକାରୀ ଧାନ ମଣ୍ଡୀ ଉଦ୍ଘାଟନ କରିଛନ୍ତି । ଏହି ଉତ୍ସବରେ ମନ୍ତ୍ରୀ କହିଥିଲେ ଆମେ ଧାନ ଅମଳରେ ଆଗରେ ଅଛେ । ଆମକୁ ଦଇବ ସହୁନାହିଁ, ବର୍ଷା, ପବନ, ମରୁଡି ବାତ୍ୟା ଶେଷରେ ପୋକ ଆମ ଚାଷକୁ କ୍ଷତି କରିଚାଲିଛି । ତଥାପି ଚାଷୀ ମାନେ ହାରିନାହାନ୍ତି । ରାଜ୍ୟ ସକରାର କୁଇଣ୍ଟାଲ ପ୍ରତି ୨୯ଶହ ଟଙ୍କା ଧାର୍ଯ୍ୟ କରିବା ପାଇଁ କେନ୍ଦ୍ର ପାଖରେ ଦାବୀ କରିଥିଲେ ମଧ୍ୟ ଚାଷୀଓ ଆମ ଅଭିଯୋଗ କେନ୍ଦ୍ର ସରକାର ଶୁଣୁନାହାନ୍ତି । ମାତ୍ର ଆମର ଧାନ ହୋଉଛି ମୁଖ୍ୟ ଫସଲ । ଅନ୍ୟ ରାଜ୍ୟରେ ଧାନ ମୁଖ୍ୟ ଫସଲ ନୁହେଁ ସେମାନଙ୍କର ଡାଲି, ଗହାମ, ଯଅ ଆଦି ଫସଲର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ଧାନ ଦରବୃଦ୍ଧି କରାନଯିବାକୁ ସେ ଦୃଢ଼ ନିନ୍ଦା କରିଥିଲେ । ଆଗାମୀ ଦିନରେ ଚାଷୀ ସଂଗଠନର ନେତା, ପ୍ରଶାସନ ଓ ବିଧାକୟ ମାନେ ଏକ ସ୍ୱତନ୍ତ୍ର ଟିମ କେନ୍ଦ୍ର ସରକାରଙ୍କୁ ଭେଟି ଧାନର ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୭୨ ଘଣ୍ଟା ମଧ୍ୟରେ ଧାନ ବିକୟ୍ର କରିଥିବା ଚାଷୀ ତାର ଅର୍ଥ ବ୍ୟାଙ୍କ ମଧ୍ୟମରେ ପାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି କହିଥିଲେ । ଯଦି ସମବାୟ ମ୍ୟାଙ୍କରେ ଚାଷୀର ଆକଉଣ୍ଟ ଥିବ ତା ହେଲେ ଗୋଟିଏ ଦିନ, ନଚେତ ଅନ୍ୟ ବ୍ୟାଙ୍କ ହୋଇଥିଲେ ତିନିଦିନ ଲାଗିବ ବୋଲି ସମବାୟ ବ୍ୟାଙ୍କ ଉପନିବଦ୍ଧକ ପୁରୀ ରୋଜାଲିନ ସେନାପତି ସଭାରେ କହିଥିଲେ । ପୁରୀ ସଦର ତଳଜଙ୍ଗ ସେବା ସମବାୟ ସମିତି ପକ୍ଷରୁ ଏଠାରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟାଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରଥମ ଦିନରେ ବଟକୃର୍ଷ୍ଣ ଜେନା, ରିବ ନାରାୟଣ ନାୟକ, ଲକ୍ଷ୍ମୀଧର ନାୟକ, ଶଙ୍କରସ୍ୱର ଜେନା ଓ ଲକ୍ଷ୍ମୀଧର ଜେନାଙ୍କ ଠାରୁ ପ୍ରାୟ ୧୮୦ କୁଇଣ୍ଟାଲ ଧାନ କିଣାଯାଇଛି । ଜୟ ମାତଜୀ ମିଲର ଧାନ ଉଠାଇଥିବା ତଳଜଙ୍ଗ ସେବା ସମୟବାୟ ସମିତିର ସମ୍ପାଦକ ସଂଜୟ ରାଉତଙ୍କ ଠାରୁ ପ୍ରକାଶ । ଉକ୍ତ ସମବାୟ ସମିତିରେ ୮୨୫ଜଣ ଚାଷୀ ରହିଥିବା ବଳେ ୧୮୩ ଜଣ ଚାଷୀ ଧାନ ବିକ୍ରୟ କରିବା ପାଇଁ ନାମ ପଞ୍ଜିକୁତ କରିଛନ୍ତି । କ୍ୟୁଣ୍ଟାଲ ପିଛା ସରକାରୀ ମୁଲ୍ୟ ୧୭ଶହ ୫୦ଟଙ୍କା ଦର ଧାର୍ଯ୍ୟ ହୋଇଛି । ଜିଲ୍ଲା ଯୋଗାଣ ବିଭାଗ ଅଧିକାରି ତୁଷାର କାନ୍ତ ଦେଓ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବ ତାରଣ ସାହୁ, ,ସମବାୟ ବ୍ୟାଙ୍କ ସମ୍ପାଦକ ବିଧୁ ଭୁଷଣ ଦାସ,ସମ୍ମଳିତ ପୁରୀ ନିମାପଡା ସମବାୟ ବ୍ୟାଙ୍କର ସଭାପତି ସତ୍ୟବାଦୀ ମହାପାତ୍ର, ଉପସଭାନେତ୍ରୀ ବନଜା ସେନାପତି,ପୁରୀ ସଦରର ସମବାୟ ସମ୍ପସାରଣ ଅଧିକାରୀ ପ୍ରକାଶ ଚନ୍ଦ୍ର ସେଠୀ, ସାକ୍ଷୀଗୋପାଳ ବଜାର ନିୟନ୍ତ୍ରଣ ସମ୍ପାଦକ କମଳ କୁମାର ଆଚାର୍ଯ୍ୟ ହିସାବନୀରିକ୍ଷକ ଜଗତ ଜ୍ୟୋତି ସାହୁ, ସୁରେନ୍ଦ୍ର ଦତ୍ତ, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ପୁରୀ ସଦରର ଶ୍ରୀକ୍ଷେତ୍ର ଶଖାର ସୁପରଭାଇଜର ପ୍ରଫୁଲ କୁମାର ସ୍ୱାଇଁ ବ୍ୟାଙ୍କରେ ଚାଷୀ ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସମ୍ପର୍କରେ ମତ ରଖିଥଲେ । ଏପ୍ରେଲମାସ ୩୦ ତାରିଖ ତାରିଖ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ରହିବ । ସେହିପରି ଏହି ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଷୀ ମାନେ ଧାନ ବିକ୍ରୟ ପାଇଁ ନାମ ପଞ୍ଜିକରଣ କରି ପାରିବେ ବୋଲି ଶ୍ରୀ ସ୍ୱାଇଁ ସୂଚନା ପ୍ରଦାନ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
72 GHANTA MADHYARE DHANA MANDIRE BIKRAYA KALE ARTHA CHASINKA ACCOUNT KU JIBA RAJASWA MANTRI
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS