ରାସ୍ତାରେ ବେଆଇନ ଗାଡ଼ି ପାର୍କିଙ୍ଗ , ପ୍ରଶାସନ ନୀରବଦ୍ରଷ୍ଟା; ଟ୍ରାଫିକ ସମସ୍ୟା ଜଟିଳ
ଜଟଣୀ:- ଜଟଣୀ ସହର ଟ୍ରାଫିକ ସମସ୍ୟା ଭିତରେ ଗତି କରୁଛି ସହରର ମୁଖ୍ୟ ରାସ୍ତା l ସହରର ଖୁଦୁପୁର ଛକ ଠାରୁ ସୀତାରାମ ଛକ ମୁଖ୍ୟ ରାସ୍ତାଟି ଦିନସାରା ଜନଗହଳି ରହୁଛି l କାରଣ ମୁଖ୍ୟ ରାସ୍ତା କଡରେ ଉପନିବନ୍ଧକ କାର୍ଯ୍ୟାଳୟ ଏବଂ ଏକାଧିକ ବ୍ୟାଙ୍କ ରହିଥିବାରୁ ରାସ୍ତା ଉପରେ ଗ୍ରାହକ ମାନେ ଗାଡ଼ି ପାର୍କିଙ୍ଗ କରୁଥିବାରୁ ରାସ୍ତା ଜାମ ହୋଇଯାଉଛି l ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ବିଶେଷ କରି ଜଟଣୀ ଥାନା, ଷ୍ଟେଟ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, ୟୁନିଅନ ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ ଏକ ପ୍ରକାର ବ୍ଲାକ ସ୍ପଟ ହୋଇପଡିଛି l ସେହି ପରି ସନ୍ଧ୍ୟା ହେଲେ ସହରର ମୁଖ୍ୟ ରାସ୍ତା କଡରେ ଥିବା ତ୍ରିଦେବ ହୋଟେଲ, ସାଫ୍ରନ ରେଷ୍ଟୁରାଣ୍ଟ,ଲକ୍ଷ୍ମୀ ପଲ୍ଲୀ କ୍ଲିନିକ, ବାଲାଜୀ ସପିଙ୍ଗ ମଲ, ଅଲଦୋ ବେକର୍ସ, ଗଣେଶ ଫୁଡ, ଟିଫିନ ହାଉସ, ଓଁ ମାର୍କେଟ କମ୍ପ୍ଲେକ୍ସ, ଟ୍ରେଣ୍ଡ, ହାର୍ଡୱାର୍ଡ ଦୋକାନ, ସ୍ୱିଟ ଏଣ୍ଡ ସ୍ୱିଟ, କଲକାତା ସ୍ୱିଟ୍ସ ଭଳି ଦୋକାନ ଗୁଡିକର ନିଜସ୍ୱ ପାର୍କିଙ୍ଗ ବ୍ୟବସ୍ଥା ନ ଥିବାରୁ ଆସୁଥିବା ଗ୍ରାହକ ନିଜ ନିଜର ଗାଡ଼ି ରାସ୍ତାରେ ପାର୍କିଙ୍ଗ ଯୋଗୁଁ ଅନେକ ସମୟରେ ଛୋଟବଡ ଦୁର୍ଘଟଣା ହୋଉଛି l ଅତି ଦୁଃଖର ବିଷୟ ଜଟଣୀ ଥାନା ସମ୍ମୁଖରେ ମୁଖ୍ୟ ରାସ୍ତା ଉପରେ ଥାନା ଦ୍ୱାରା ଜବତ ବେଆଇନ ପଥର ଟ୍ରାକ୍ଟର, ଜେସିବି, ହାଇୱା, କାର ଗୁଡିକୁ ରଖିବା ଦ୍ୱାରା ରାସ୍ତା ଅବରୋଧ ପାଇଁ ବେଳେ ବେଳେ ଥାନାରୁ କାର୍ଯ୍ୟ ସାରି ଫେରୁଥିବା ଲୋକଙ୍କ ମୁଖ୍ୟ ରାସ୍ତାରେ ଯାଉଥିବା ଗାଡ଼ି ସହ ଦୁର୍ଘଟଣା ଘଟିଥାଏ l ବିଗତ ଦିନରେ ଏଭଳି ଦୁର୍ଘଟଣାରେ ଏକ ନିରୀହ ଲୋକର ଜୀବନ ଚାଲିଯାଇ ଥିବା ପ୍ରମାଣ ପୋଲିସ ନିକଟରେ ଅଛି l ମୁଖ୍ୟ ରାସ୍ତାକୁ ଛାଡି ନୀଳଚକ୍ର ମାର୍କେଟ, ରାଜା ବଜାର, ବଡବଜାରରେ ସନ୍ଧ୍ୟା ହେଲେ ଗ୍ରହକଙ୍କ ପ୍ରବଳ ଭିଡ଼ ତଥା ରାସ୍ତାରେ ଗାଡ଼ି ପାର୍କିଙ୍ଗ ଯୋଗୁଁ ଚାଲିକରି ଯିବା କଷ୍ଟ ସାଧ୍ୟ୍ୟ ହୋଉଥାଏ l ସେହି ରାସ୍ତାରେ ବେଳେ ବେଳେ ଘଣ୍ଟା ଘଣ୍ଟା ଧରି ଗହଳି ମଧ୍ୟରେ ଲୋକଙ୍କୁ ଅଟକି ରହିବାକୁ ପଡେ l ଅନ୍ୟ ପକ୍ଷରେ ଦୋକାନୀ ମାନେ ନିଜ ନିଜର ଦୋକାନକୁ ବେଆଇନ ରୂପେ ରାସ୍ତାକୁ ମଡ଼ାଇ ରଖିଥିବାରୁ ସାଧାରଣ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ରାସ୍ତାକୁ ବେଆଇନ ଜବର ଦଖଲ ତଥା ରାସ୍ତାରେ ଗାଡ଼ି ପାର୍କିଙ୍ଗ କରାଯାଉଥିବାରୁ ରାସ୍ତାରେ ଦୁର୍ଘଟଣା ଘଟିଥାଏ l ଅପରପକ୍ଷେ ଅନେକ ସ୍ଥାନରେ ରାସ୍ତା କଡରେ ଦିନ ତମାମ ଗାଡ଼ି ରଖାଯାଉଥିବା ସତ୍ତ୍ୱେ ଜଟଣୀ ପୌରପରିଷଦ ଚୁପ ବସିଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କୁ ମତରେ ସହରର ଟ୍ରାଫିକ ସମସ୍ୟା ଏବେ କାର ନୁହେଁ ଏହା ଦୀର୍ଘ ଦିନର ଏହି ପରିସ୍ଥିତି ନିମନ୍ତେ ସ୍ଥାନୀୟ ପୌର ପରିଷଦ ତଥା ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ଦାୟି l କାରଣ ଟ୍ରାଫିକ ନିୟମ ତଥା ବେଆଇନ ପାର୍କିଙ୍ଗ ପାଇଁ ଯାଞ୍ଚ ପଦ୍ଧତି ତଥା କଡାକଡି ନିୟମ କାହିଁକି ଗ୍ରହଣ କରାଯାଉନାହିଁ ବୋଲି ସାଧାରଣରେ ଅଭିଯୋଗ ହେଉଛି l ଜଟଣୀ ସହର ଭୁବନେଶ୍ୱର କମିଶନରେଟ ପୋଲିସ ଅଧୀନରେ ଯାଉଥିବାରୁ ଜଟଣୀ ପୋଲିସ ପ୍ରଶାସନ ପକ୍ଷରୁ ବେଆଇନ ପାର୍କିଙ୍ଗ ଗାଡିକୁ ଉଠାଇ ନେଇ ଜୋରିମାନା ଆଦାୟ କରାନଯିବା ଆଶ୍ଚର୍ଯ୍ୟର ବିଷୟ l ଯଦି ଆଗକୁ ସହରରେ ଅଧିକ ଟ୍ରାଫିକ ସମସ୍ୟା ପାଇଁ ଜଟିଳ ପରିସ୍ଥିତି ସୃଷ୍ଟି ହୁଏ ତେବେ ବାହାରୁ ଆସୁଥିବା ଯାତ୍ରୀ ଜଟଣୀ ସହରର ସ୍ଥାନୀୟ ପ୍ରଶାସନର ପାରିବା ପଣିଆ ଉପରକୁ ଅଙ୍ଗୁଳି ଦେଖାଇବେ l ବର୍ତ୍ତମାନର ଡବଲ ଇଂଜିନ ସରକାର ର ପ୍ରଶାସନିକ ଅଧିକାରୀ ଏଥି ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରର ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣରେ ଆଣୁଛନ୍ତି ତାହା ଦେଖିବାକୁ ବାକି ରହିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୧/୮/୨୦୨୫----୯,୩୫ Sakhigopal News,11/8/2025