ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ କ୍ରିକେଟ ମ୍ଯାଚ : ୭ ଉଇକେଟ ବିଜୟି ପ୍ଳାଇଙ୍ଗି ଡଲଫିନ
ଡେଲାଙ୍ଗ--- ଡେଲାଙ୍ଗ ବ୍ଳକର କଲ୍ୟାଣପୁର ୟଙ୍ଗ ଷ୍ଟାର ପକ୍ଷରୁ ଚତୁର୍ଥ ବାର୍ଷିକ ପଞ୍ଚାୟତ ସ୍ତରୀୟ ପ୍ରିମିୟର ଲିଗ୍ ମ୍ୟାଚ କଲ୍ୟାଣପୁର ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ମ୍ୟାଚ ରୟାଲ ଟାଇଗର ଓ ପ୍ଳାଇଙ୍ଗି ଡଲଫିନ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ରୟାଲ ଟାଇଗର କ୍ରିକେଟ ଟିମ ୧୨ ଓଭର ୯ ଉଇକେଟ ହରାଇ ୧୦୯ରନ କରିଥିଲା । ଜବାବରେ ପ୍ଳାଇଙ୍ଗି ଡଲଫିନ ଦଳ୭.୪ ବଲରେ ୩ ଉଇକେଟ ହରାଇ ୧୧୧ ରନ କରି ବିଜୟୀ ହୋଇଥିଲେ । ବେଷ୍ଟ କ୍ୟାଚ ଶୁସିଲ ପ୍ରଧାନ ଓ ମ୍ୟାନ ଅଫ ଦି ମ୍ୟାଚ ନିରଞ୍ଜନ ମହାପାତ୍ର ବିବେଚିତ ହୋଇଥିଲେ । ଗଣେଶ ସ୍ୱାଇଁ ଓ ରାଧାନାଥ ମଙ୍ଗରାଜ ମ୍ୟାଚ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି