Breaking News

ସରକାର ଦେଇଥିବା ଲ୍ଯାପଟପ ଫାଟିଲା

ନିମାପଡା-–--ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆ ନୁଆଗାଁ ଗ୍ରାମ ପଞ୍ଚାୟତ ର ସନ୍ତରସ ଗ୍ରାମ ର ଜଣେ ମେଧାବୀ ଛାତ୍ରୀ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ଲ୍ଯାପଟପଟି ଫାଟି ନଷ୍ଟ ହୋଇଥିବା ଜଣାପଡ଼ିଛି। କୋଣାର୍କ ଥାନା ଅଧୀନସ୍ଥ କାଦୁଆନୂଆଗାଁ ଗ୍ରାମ ପଞ୍ଚାୟତ ର ସନ୍ତରସ ଗ୍ରାମ ର ଭାସ୍କର ମହାରଣାଙ୍କ ଝିଅ ନମିତା ମହାରଣା କାକଟପୁର ସ୍ଥିତ ମଂଗଳା ମହାଵିଦ୍ଯାଳୟ ରେ ୭୮ଶତକଡା ମାର୍କ ରଖି ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ରେ ଉତୀର୍ଣ ହୋଇଥିଲେ । ଏନେଇ ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଠାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୂ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଏହି ମେଧାବୀ ଛାତ୍ରୀ ଜଣକୁ ଲ୍ଯାପଟେପ ପ୍ରଦାନ କରିଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଙ୍କୁ ମିଳିଥିବା ଏହି ଲ୍ଯାପଟେପ ଟି କୌଣସି କାରଣରୁ ଫାଟି ନଷ୍ଟ ହୋଇଯାଈଛି।  ଉକ୍ତ ଛାତ୍ରୀ ଜଣକ ଏକ ନିରାଶ୍ରୟ ଓ ଦାରିଦ୍ର୍ଯ ସୀମାରେଖା ତଳେ ଥିବା ପରିବାର ବର୍ଗ ର ସଦସ୍ୟ ଅଟନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ଛାତ୍ରୀ ଜଣ ଙ୍କୁ ମିଳିଥିବା ଲ୍ଯାପଟେପ ଟି ଫାଟି ନଷ୍ଟ ହୋଇଯାଇଥିବାରୁ ଜଣେ ମେଧାବୀ ଛାତ୍ରୀ ଙ୍କ ପକ୍ଷରେ ନୂତନ ଲ୍ଯାପଟେପ କିଣବା ସମ୍ଭବ ପର ନୁହେଁ। ଏହି ମେଧାବୀ ଛାତ୍ରୀ ଙ୍କୁ ନୂତନ ଭାବେ ଏକ ଲ୍ଯାପଟେପ ଯୋଗାଇ ଦେବା ପାଇଁ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ଓ ପୁରୀ ଜିଲ୍ଲାପାଳ ଜ୍ଯୋତି ପ୍ରକାଶ ଦାଶ ଦୃଷ୍ଟି ଦେବାକୁ ଦାବୀହୋଉଛି ।  
ନିମାପଡାରୁ ଜୟନ୍ତ ସେଠୀ
SARAKAR DEITHIBA LAPTOP PHATILA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts