ଜିଲ୍ଳାସ୍ତରୀୟ ସ୍କାଉଟସ୍ ଓଗାଇଡିସ୍ ଉଦ୍ଘାଟିତ
ପିପିଲି--- ପୁରୀ ଜିଲ୍ଲାସ୍ତରୀୟ ୨୦ତମ ଭାରତ ସ୍କାଉଟସ୍ ଓ ଗାଇଡ଼ିସ ପିପିଲି ଜବାହାର ବିଦ୍ୟାପୀଠ ଠାରେ ଆଜି ଉଦଘାଟିତ ହୋଇଯାଇଛି । ନିମନ୍ତ୍ରିତ ଅତିଥିମାନେ ପ୍ରଥମେ ସ୍କୁଲ ପରିସରରେ ଥିବା ଜବାହାରଲାଲ ନେହେରୁଙ୍କର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସ୍କାଉଟସ୍ ଏବଂ ଗାଇଡ଼ସ୍ ଛାତ୍ର ଛାତ୍ରୀ ମାନଙ୍କ ଠାରୁ ଅତିଥିମାନେ ଅଭିବାଦନ ଗ୍ରହଣ କରିବା ପରେ ପତାକା ଉତଳୋନ କରାଯାଇଥିଲା । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ବୃନ୍ଦାବନ ଜେନାଙ୍କ ଦ୍ୱାରା ଲିଖିତ ପିପିଲି ମହାବିଦ୍ୟାଳୟର ସଙ୍ଗୀତ ଅଧ୍ୟାପକ ସଚ୍ଚିକାନ୍ତ ନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ପିପିଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ କର, ପୁରୀ ଜିଲ୍ଲା ସ୍କାଉଟସ୍ ଓ ଗାଇଡ଼ସ୍ର ଉପ-ସଭାପତି ରଘୁନାଥ ମହାପାତ୍ର, ପିପିଲି ପଞ୍ଚ।।ୟତ ସମିତିର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ଖବରଦାତା ପୂର୍ଣ୍ଣଚନ୍ଦ୍ର ନାୟକ, ପିପିଲି ଜୁନିୟର କଲେଜର ଅଧ୍ୟକ୍ଷ ଏନ୍.ଜି.ବି.ପି ପଟ୍ଟନାୟକ, ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ହୃଷିକେଷ କାଣ୍ଡି, ଡେଲାଙ୍ଗ ବ୍ଲକର ପୂର୍ବତନ ବିଇଓ ସଚ୍ଚିଦାନନ୍ଦ ପ୍ରଧାନ, ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ପିତବାସ ସେଠୀ, ଏସ୍.ଏସ.ଡ଼ି.ସି ର ସଭ୍ୟ ଅଭିମନ୍ୟୁ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ପୁରୀ ଜିଲ୍ଲାର ଏଗାର ଗୋଟି ବ୍ଲକ ଏବଂ ପୁରୀ ମୁନିସିପାଲଟିର ସାତ ଶହରୁ ଅଧିକ ପିଲା ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ୨୦ତମ ଭାରତ ସ୍କାଉଟ ଗାଇଡ଼ସ୍ ୨୧,୨୨,୨୩,୨୪ ତାରିଖ ଚାରି ଦିନ ଚାଲିବ । ଏହି କାର୍ଯ୍ୟକ୍ରମରେ ରମେଶ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର
JILASTARIYA SCAOUTS O GUIDES UDGHATITA
NEWS BY - BIJAYA KUMAR MAHAPATRA ( PIPILI )
SAKHIGOPAL NEWS