ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୁରୀ ଜିଲ୍ଲାରେ ୬ଘଣ୍ଟିଆ ହରତାଳ ; ସତ୍ୟବାଦୀରେ ବିପୁଳ ଭାବେ ଜନସମର୍ଥନ
ସାକ୍ଷୀଗୋପାଳ--- ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଗିରଫ ଦାବୀରେ ବିଜୁ ଜନତା ଦଳ ପକ୍ଷରୁ ପୁରୀ ଜିଲ୍ଲାରେ ଛଅ ଘଣ୍ଟିଆ ହରତାଳ କରାଯାଇଛି । ସତ୍ୟବାଦୀରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ।ଏହି ଅବସରରେ ବିଜେଡି ଦଳର ପୁରୀ ଜିଲ୍ଲାର ସଭାପତି ତଥା ସତ୍ୟବାଦୀର ପୂର୍ବତନ ବିଧାୟକ ଉମାକାନ୍ତ ସମନ୍ତରାୟଙ୍କ ନେତ୍ୱତ୍ୃରେ ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ଷ୍ଟେଟବ୍ୟାଙ୍କ ନିକଟରେ ରାସ୍ତା ଉପରେ ଟାୟାର ଜାଳି ବିଜେଡି କର୍ମୀ ମାନେ ୬ ଘଣ୍ଟିଆ ହରତାଳ କରିଥିଲେ । ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟ, ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ତତ୍ୱବଧାନରେ ଶତାଧିକ ବିଜେଡି ଦଳର କର୍ମୀ ମାନେ ଏକାଠି ହୋଇ ହରତାଳ କରିବା ସହ ବିଜେପି ସରକାରଙ୍କ ବିରୁଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଏହି ଛଅ ଘଣ୍ଟିଆ ହରତାଳ ବା ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତଙ୍କୁ ଗିରଫ ଦାବୀକୁ ସତ୍ୟବାଦୀର ଜଣସାଧାରଣ ଓ ବ୍ୟବସାୟୀ ମାନେ ବିପୁଳ ଭାବେ ସମର୍ଥନ କରିଥିଲେ । ଏପରିକି ଦେକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥବା ବେଳେ ରାସ୍ତାରେ ଗାଡି ମଟର ଯିବା ଆସିବା ନ ଥିଲା । ରାସ୍ତା ପୁରା ପୁରି ପାଙ୍କା ପଡିଥିଲା । ଏହି ହରତାଳରେ ପୂର୍ବତନ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଜେଡି ମହିଳାନେତ୍ରୀ କସ୍ତୁରୀବାଳା ସ୍ୱାଇଁ, ଜିଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସତ୍ୟବାଦୀ ବ୍ଳକ ବିଜେଡି ଯୁବ ସଭାପତି ଶରତ କୁମାର ରାଉତରାୟ, ବ୍ଳକ ଛାତ୍ର ସଭାପତି ହଟକିଶୋର ବାରିକ, ବାବୁଲି କୁମାର ପଣ୍ଡା, ବୀରରାମଚନ୍ଦ୍ରପୁର ସମିତିସଭ୍ୟ ରାଜ କିଶୋର ଭୋଇ, ବଳରାମପୁରଗଡ ସମିତିସଭ୍ୟ ଲିଙ୍ଗରାଜ ସ୍ୱାଇଁ, ବିଦ୍ୟଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦୁଶାଃସନ ପ୍ରଧାନ, ସମିତିସଭ୍ୟ ପ୍ରଫୁଲ ପ୍ରଧାନ,ବିଜୟ କୁମାର ମହାପାତ୍ର, ସ୍ୱାଧୀନ କୁମାର ଜେନା, ଜଳନ୍ଦର ସେଠୀ,ବେବୀଲାଲ ମିଶ୍ର, ପ୍ରକାଶ ଖଟେଇ, ସୁବାଷ ପ୍ରଧାନ, ପ୍ରଶାନ୍ତ କୁମାର ମହାପାତ୍ର, ଦେବଦତ୍ତ ସାମନ୍ତରାୟ, ସୁରେନ୍ଦ୍ର ଭୋଇ, ବାସୁଦେବ ବାରିକ, ରଞ୍ଜନ କୁମାର ସାହୁ, ମହମୁଦ ଝିକିରିଆ ପ୍ରମୁଖ କର୍ମୀ ମାନେ ଏକାଠି ହୋଇ ବିଜେପି ସରକାରଙ୍କ ବିରୁଧରେ ନାରାବାଜି କରିବା ସହ ହରତାଳରେ ସାମିଲ ହୋଇଥିଲେ । ପରେ ପରେ ଜିଲ୍ଲା ସଭାପତି ଶ୍ରୀ ସାମନ୍ତରାୟଙ୍କ ସହିତ ବିଜେପି ଦଳ ଛାଡି ବିଜେଡି ଦଳରେ ସାମିଲ ହୋଇଥିବା ଯୁବକ ମାନେ ସାକ୍ଷୀଗେ।।ପାଳ ମନ୍ଦିର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିର୍ପୋଟ, ୭/୮/୨୦୨୫---୨,୨୫ Sakhigopal News , 7/8/2025