Breaking News

ବିଦ୍ଯାଳୟର ୨୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡା------ପାଟ୍ଟଖଣ୍ଡା ପବ୍ଲିକ ଇଂରାଜୀ ସ୍କୁଲ ର 24 ତମ ବାର୍ଷିକ ଉତ୍ସବ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧକ୍ଷା ଶ୍ରୀମତୀ ମମତା ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଗଣିତ ଅଧ୍ୟାପକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ଶି, ସମ୍ପାଦକ ଶ୍ରୀ ଶଈକ୍ ସାଦିକ୍ ଓ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ଅଧକ୍ଷ ନିର୍ମଳ ଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ । ପ୍ରଥମେ ସ୍କୁଲ ଛାତ୍ରି ଙ୍କ ଦ୍ୱାର ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।  ବିଭିର୍ନ ପ୍ରତିଯୋଗିତା ରେ କୃତିଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାର ପୁରସ୍କାର ବିତରଣ କରଯାଇଥିଲା । ଶେଷରେ ଏହି ଅନୁଷ୍ଠାନ ର କୁନିକୁନି କଳାକାର ଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ବିଭିନ୍ନ  ସାଂସ୍କୃତିକ,ଲୋକ କଳା ଓ ରେକର୍ଡ ଡ୍ୟାନ୍ସ ର ଆୟୋଜନ କରଯାଇଥିଲା । ଏହି କୁନି କଳାକାର ମାନଙ୍କ ନୃତ୍ୟ ରେ ଦର୍ଶକ ସମ୍ପୂର୍ଣ ବିଭୋର ହୋଇଯାଇଥିଲେ ।  ଅନୁଷ୍ଠାନ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଉଚ୍ଛବ କୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପୂର୍ଣ ସହଯୋଗ କରିଥିବା ବେଳେ ପ୍ରାୟ ସମସ୍ତ ଅଭିଭାବକ ଓ ବହୁସଂଖ୍ୟକ ଦର୍ଶକ ଉପସ୍ଥିତ ରହି ଏହି ବାର୍ଷିକ  ଉତ୍ସବର ମଜା ନେଇଥିବା ଦେଖିବାକୁ ମିଳିଥିଲା ।                                                              
ବାଲିଗୁଡିରୁ -- ବନବାସି ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା

BIDYALARA 24 TAMA BARSIKA UTSAV ANUSTHITA 
NEWS BY - BANABASI PRADHAN ( BALIGUDA ) MANOJ PANDA ( KANDHAMALA )
SAKHIGOPAL NEWS

Blog Archive

Popular Posts