>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ବିଦ୍ଯୁତ ଆଘାତରେ ଠିକା କର୍ମଚାରୀଙ୍କ ମୃତ

    ବାଲିଗୁଡା-----ବାଲିଗୁଡା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତର ଦାଶରଥି ମଲିକ ଜଣେ ବିଦ୍ଯୁତ ବିଭାଗର ଠିକା କର୍ମଚାରୀ ।  ଆଜି ସେ ମହାସିଂଙ୍ଗର ଜାକେରିପଡା ଠାରେ ବିଦ୍ୟୁତ ପୋଲରେ ଚଢି କାମ କଲାବେଳେ ବିଦ୍ଯୁତ ଆଘାତ ଲାଗିଥିଲା  । ସୂଚନା ଅନୁଯାଇ ମୃତ ଦାଶରଥି ମଲିକ ବିଦ୍ୟୁତ ବିଭାଗରେ ଠିକାଶ୍ରମିକ ଭାବରେ ଆଜକୁ ୧୪ବର୍ଷ ହେଲା କାର୍ଯ୍ଯ କରୁଥିବା ଜଣାପଡିଛି । ତାଙ୍କ ବୟସ ପାଖାପାଖି ୨୬ବର୍ଷ ହେବ ।ସେ ଲଣ୍ଡାଗାଁ ଠାରେ ବିଦ୍ୟୁତ ବିଭାଗର ଠିକାଶ୍ରମିକ ଭାବରେ କାଯ୍ୟରତ ଥିଲେ ।କିନ୍ତୁ ଟଙ୍କାର ଲୋଭଦେଖାଇ ଲିଫ୍ଟି ଇରିଗେସନର ଠିକାଦାର  ଉକ୍ତ ବିଦ୍ୟୁତ ବିଭାଗରେ ଲଣ୍ଡାଗାଁ ଠାରେ କାଯ୍ୟରତ ଥିବା ଠିକା କର୍ମଚାରିକୁ ମହାସିଂଙ୍ଗ ଠାରେ ଥିବା ଲିଫ୍ଟି ଇରିଗେସନର ୧୧କେଭି ଟକ୍ଚର ଉପରେ ଚଢାଇ କାମ କରାଉଥିଲେ ।  କାମ କରିବା ସଯୟରେ ବିଦ୍ୟୁତ ଆଘାତ ଲାଗି କର୍ମଚାରି ଜଣକ ତଳେପଡି ଛଟପଟ ହୋଉଥିବା ବେଳେ କଣ୍ଟ୍ରାକ୍ଟର ଓ ସୁପରଭାଇଜର ଠିକା କର୍ମଚାରିକୁ ଛାଡି ସେଠାରୁ ଚମ୍ପଟ ମାରିଥିଲେ ।। ସ୍ଥାନୀୟ ଲୋକମାନେ ଡମକଳ ଗାଡିକୁ ଫୋନକରି ଥିଲେ ଡମକଳ ଗାଡି ଆସିବା ବେଳକୁ ଠିକା କର୍ମଚାରି ଦାସରଥି ମଲିକ ଛଟପଟ ହୋଇ ପ୍ରାଣ ଚାଲିଯାଇଥିବା ଲୋକମାନେ ଅଭିଯୋଗ କରିଛନ୍ତି ।   ସଂଙ୍ଗେସଂଙ୍ଗେ ଯଦି କର୍ମଚାରିଟିକୁ ଡାକ୍ତର ଖାନାକୁ ନେଇଥାନ୍ତେ ତାହା ହେଲେ କର୍ମଚାରିଟିର ଜୀବନ ବଞ୍ଚିଯାଇଥାନ୍ତା ବୋଲି ବିଦ୍ୟୁତ ବିଭାଗ ଏସଡିଓ  ଓ ଲୋକମାନେ ପ୍ରକାଶ କରିଛନ୍ତି । ଏସଡିଓ ପ୍ରତିକ୍ରିୟାରେ କହିଛନ୍ତି ଆମର ବିନା ଅନୁମତିରେ ବିଦ୍ୟୁତ ବିଭାଗର ଠିକା କର୍ମଚାରିଙ୍କୁ ନେଇ କୈଣସି ସୂଚନା ଅଫିସକୁ ନଦେଇ କରେଣ୍ଟ ଥିବା ଅବସ୍ଥାରେ କାମରେ ଲଗାଇଥିବାରୁ ଏଭଳି ଦୁର୍ଘଟଣା ଘଟିଲା ।ଏପଟେ ପରିବାର ଓ ଗ୍ରାମଲୋକମାନେ କାମରେ ଲଗାଇଥିବା ଠିକା କର୍ମଚାରିଙ୍କୁ କ୍ଷତିପୂରଣ ବାବଦକୁ ୧୦ଲକ୍ଷ ଟଙ୍କା ଦେବା ସହିତ କଣ୍ଟ୍ରାକ୍ଟର ଓ ସୁପରଭାଇଜର ଉପରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।  ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଆଧାର କରି ୧୮୩/20୧୮ ରେ ଏକ କେସ ରୁଜ କରାଯାଇ ଶବ ବ୍ୟବଛେଦ ନିମନ୍ତ ପଠାଯାଇଥିବା  ଆଇଆଇସି ରମାକାନ୍ତ ପାତ୍ର ଙ୍କ ଠାରୁ ପ୍ରକାଶ ।
    ବାଲିଗୁଡାରୁ ବନବାସୀ ପ୍ରଧାନ ଓ କନ୍ଧମାଳରୁ ମନୋଜ ପଣ୍ଡା
    BIDYUTA AAGHATRE THIKA KARMACHARINKA MRUTYU
    NEWS BY - BANABASI PRADHAN ( BALIGUDA ) MANOJ PANDA ( KANDHAMALA )
    SAKHIGOPAL NEWS

    Blog Archive

    Popular Posts