Breaking News

ସାମାନ୍ଯ କଳିକୁ ନେଇ ଜଣେ ଜଣଙ୍କର ତଣ୍ଟିଚିପି ହତ୍ଯା କରିଥିବା ଅଭିଯୋଗ


ପିପିଲି----ପିପିଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି  । କଥାରେ ଅଛି ମଣିଷ ରାଗ ଚୋର ଚଣ୍ଡାଳ, ତାହା ଏବେ ପିପିଲି ଥାନା ଅନ୍ତର୍ଗତ ମଙ୍ଗଲପୁର ଗ୍ରାମ ପଞ୍ଚାୟତର ମୁର୍ଦ୍ଧିନିପୁର ଗ୍ରାମରେ ଦେଖିବାକୁ ମିଳିଛି ।  ସାମନ୍ୟ କଥାକୁ ନେଇ ସୁରେନ୍ଦ୍ର( ଗାଣ୍ଡୁ) ବେହେରା ୫୨ଙ୍କ ସହିତ ପ୍ରଫୁଲ ବେହେରା ଦୁଇଜଣଙ୍କ ମଧ୍ୟରେ ଗ୍ରାମ ଦାଣ୍ଡରେ ଗଣ୍ଡଗୋଳ ହୋଇଥିଲା । ରାଗରେ ପ୍ରଫୁଲ ସୁରେନ୍ଦ୍ରଙ୍କ ତଣ୍ଟିଚିପି ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ମୃତକଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ପୁଲିସକୁ ପ୍ରାଥମିକ ତଦନ୍ତ ରେ ସୂଚନା ମିଳିଛି । ସୁଚନା ଥାଉକି ଗଣ୍ଡଗୋଳରେ ପ୍ରଫୁଲ୍ଲ  ରାଗରେ ସୁରେନ୍ଦ୍ର ବେହେରା ଙ୍କୁ ମାଡମାରି ତଣ୍ଟି ଚିପି ଅଚେତ ଅବସ୍ଥାରେ ତଳେ ପକାଇ ଦେଇ ପଳାଇଥିଲେ ବୋଲି ପରିବାର ଲୋକମାନେ କହିଛନ୍ତି । ପାଟିତୁଣ୍ଡ ଶୁଣି ଗ୍ରାମବାସି ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ସୁରେନ୍ଦ୍ର କୁ ସ୍ଥାନିୟ ମଙ୍ଗଳପୁର ମେଡିକାଲ କୁ ନେଇଥିଲେ । ମେଡିକାଲରେ ଚିକିସ୍ଥି ହେବା ସମୟରେ ତାଙ୍କର ମୃତ ହୋଇଯାଇଥିଲା । ଡାକ୍ତର ପୋଲିସକୁ ଖବର ଦେବା ବେଳକୁ ପରିବାର ଲୋକମାନେ ଭୟରେ କାହାକୁ କିଛି ନଜଣାଇ ମୃତ ଶବକୁ ଘରକୁ ନେଇ ଯାଇଥିଲେ ।   ପିପିଲି ଥାନା ଅଧିକାରି ଶରତ କୁମାର ସାହୁ ଓ ଏସଆଇ ବିନୟ କୁମାର ଦାସ ଗ୍ରାମରେ ପହଞ୍ଚି ମୃତ ଶରିରକୁ ଜବତ କରି ବ୍ୟବଛଦ ପାଇଁ ପୁରି ପଠାଇଛନ୍ତି ।  ମୃତକଙ୍କ ପୁତୁରା ମାନସ ବେହେରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ଦାଦା ସୁରେନ୍ଦ୍ରକୁ ପ୍ରପୁଲ୍ଲ ବେହେରା ତଣ୍ଟିଚିପି ହତ୍ୟା କରିଛି ବୋଲି  ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ବୋଲି ପୋଲିସ ସୁତ୍ରରୁ ପ୍ରକାଶ । ପିପିଲି ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଥାନା ଅଧିକାରି ଶରତ କୁମାର ସାହୁ ସୁଚନା ଦେଇଚନ୍ତି । 

ପିପିଲିରୁ ବିଜୟ କୁମାର ମହାପାତ୍ର 

Blog Archive

Popular Posts