ବିଶ୍ବଶାନ୍ତି ଗ୍ରହଯଞ ଓମୌତ୍ରୀ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଗୋପ-- ନିଖିଳ ଉତ୍କଳ ଶାକଦ୍ୱିପ ବ୍ରାହ୍ମଣ ସମାଜ ପକ୍ଷରୁ ଗୋପ ନିକଟସ୍ଥ ମା ଅଡଙ୍ଗେଇଙ୍କ ପ୍ରାଙ୍ଗଣ ପରିସରରେ ରବିବାର ଦିନ ବିଶ୍ୱ ମୌତ୍ରୀ ରଥଯାତ୍ର ଓ ତିନିଦିନ ଧର ବିଶ୍ୱଶାନ୍ତି ଗ୍ରହଯଜ୍ଞ ପାଇଁ ପ୍ରସ୍ତୁତି ବେଠୈକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଶାମ୍ବଦଶମୀ ଉପଲକ୍ଷେ ପ୍ରସିଦ୍ଧ କୋଣାର୍କ ଅବଧୁତ ମଠରେ ସୂର୍ଯ୍ୟ ନାରାୟଣଙ୍କର ବିଶ୍ୱ ମୌତ୍ରୀ ରଥଯାତ୍ରା ବିଶ୍ୱଶାନ୍ତି ଗ୍ରହଯଜ୍ଞ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ଗ୍ରହ ବାହ୍ମଣ ମାନଙ୍କ ଉନ୍ନତି ସହିତଜନସମାଜ କିଭଳି ଉନ୍ନତି କରି ପାରିବ ସେଥିପାଇଁ ଆଲେଚନା ମଦ୍ୟ କରାଯାଇଥିଲା । ନଖିଳ ଉତ୍କଳ ଶାକଦ୍ୱିପ ବ୍ରାହ୍ମଣ ସମାଜର ଲୋକସମ୍ପର୍କ ଓଡିଶା ତଥା ପୁରୀ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ବୈଠକରେ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ସୌର ବ୍ରାହ୍ମଣମାନେ ଯୋଗଦେଇଥିଲେ । ପ୍ରସନ୍ନ କୁମାର ନାୟକ, ଶରତ କୁମାର ଗ୍ରହଚାର୍ଯ୍ୟ, ଅଶୋକ କୁମାର ନାୟକ, ମାନସ କୁମାର ଆଚାର୍ଯ୍ୟ, ରାମଚନ୍ଦ୍ରନାୟକ, ପଦ୍ମଚରଣ ମହାପାତ୍ର, ଦେବେନ୍ଦ୍ର ଅଚାର୍ଯ୍ୟ, ଦୟାନିଧି ନାୟକ, ଭିମସେନ ନାୟକ, ବିଜୟ କୁମାର ନାୟକ, ଶଚୀକାନ୍ତ ଭଟ୍ଟଚାର୍ଯ୍ୟ, ଅଶୋକ କୁମାର ମହାପାତ୍ର, ଲକ୍ଷ୍ମୀଧର ନାୟକ, ଦିପ୍ତି ରଞ୍ଜନ ନାୟକ, ଅକ୍ଷୟ କୁମାର ନାୟକ, ରବିନ୍ଦ୍ର ନାଥ ଆଚାର୍ଯ୍ୟ, ଉମାକାନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ କୋଣାର୍କ ଗ୍ରହବିପ୍ର ସମିତିର ସଭାପତି ଲିଙ୍ଗରାଜ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ନିମାପଡାରୁ ଜୟନ୍ତ ସେଠୀ