ଖେଲଉର ପଞ୍ଚାୟତରେ କୃଷି ଓ ପଞ୍ଚାୟତ ରାଜ ମନ୍ତୀ ପିଠା କାର୍ଯ୍ଯକ୍ରମର ଉଦଯାପନ କଲେ
ଡେଲାଙ୍ଗ--- ଆଜି ଶେଷ ଦିନରେ ଡେଲାଙ୍ଗ ବ୍ଳକରେ ସାତଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖେଲାଉର ଗ୍ରାମ ପଞ୍ଚାୟତରେ ଅନୁଷ୍ଠିତ ପିଠା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇଥିଲେ । ପଞ୍ଚାୟତବାସୀ ମାନେ ଗ୍ରାମ ମୁଣ୍ଡରୁ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ସକୀର୍ତ୍ତନ ସହ ଘୋଡାନାଚ ଓ ରାମନାଟ୍ୟ ସହ ବାଜା ବାଣ ଫୁଟାଇ ଏକ ରୋଶଣୀ କରି ମନ୍ତ୍ରୀଙ୍କ ସହ ବ୍ଳକ ଅଧ୍ୟକ୍ଷ, ପୂର୍ବତନ ବ୍ଳକ ଅଧ୍ୟକ୍ଷ, ବିଡିଓଙ୍କ ସହ ଅନ୍ୟ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ । ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ , ବିଡିଓ କ୍ଷୀରୋଦ ପ୍ରଧାନ,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବୈରାଗୀ ଜେନା , ମଣ୍ଡଳ ଶ୍ରମ ଆୟୁକ୍ତ ପ୍ରଦୀପ ମହାପାତ୍ର, ଜିଲ୍ଲା ଅତିରିକ୍ତ ଶ୍ରମ ଅଧିକାରୀ ସୁବତ୍ର କୁମାର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଡିଓ ଶ୍ରୀ ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସରକାରଙ୍କ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସଦୂଚନା ପ୍ରଦାନ କରିଥିଲେ । ଅତିଥି ମାନେ ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକମକୁ ମନ ଭରି ଉପଭୋଗ କରିବା ସହ ଏଥିରେ ସାମିଲ ହେବା ପାଇଁ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ଶ୍ରୀ ମହାରଥୀ କହିଥିଲେ । ସରକାରଙ୍କ ଜନ ହିତକର ଯୋଜନାରେ ଯେଉଁ ମାନେ ସାମିଲ ବା ବାଦ ପଡିଛନ୍ତି ସେମାନେ ଏହି ପିଠା କାର୍ଯ୍ୟକ୍ରମରେ ମାଧ୍ୟମରେ ସାମିଲ ହେବା ପାଇଁ ପିଠା ହେଉଛି ମାଧ୍ୟମ ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ । ସରପଞ୍ଚ ବାସନ୍ତୀ ବେହେରା , ସମିତିସଭ୍ୟା ବାସନ୍ତୀ ବେହେରା, ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଶୁଭାଜିତା ପାଣି, ଯୋଗାଣ ନୀରିକ୍ଷକ ଲିପିସା ରାଉତରାୟ, ହିନ୍ଦମଜୁଦର ସଭାର ରାଜ୍ୟ ସମ୍ପାଦକ ଜ୍ଞାନ ରଂଜନ ଦାଶ, ଦିବ୍ୟୃଜ୍ୟୋତି ସଂଗଠନର ସମ୍ପାଦକ ଉପେନ୍ଦ୍ର ବେୈହରା, ବିଜୁ ଯୁବ ବାହିନୀର ସଭାପତି ନିର୍ମଳ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ । ମୁଧୁବାବୁ ଭର୍ତ୍ତାଯୋଜନାରେ ୭୭ଜଣ, କଳାକାର ଭର୍ତ୍ତାରେ ୧୧ ଜଣ ଓ ଗୃହ ନିର୍ମାଣ ପ୍ରେସାହନ ରାଶି ୫ ଜଣଙ୍କୁ ପ୍ରଦାନ କରାଯାଇଛି ବୋଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲେପା ମୁଦ୍ରା ପଣ୍ଡାଙ୍କ ଠାରୁ ପ୍ରକାଶ । । ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟା , ଆଶା, ଅଙ୍ଗନୱାଡି କର୍ମୀ ଳ ଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଚାପ ଓ ମଧୁମେହ ପରୀକ୍ଷା କରାଯାଇଥିଲା । ବିଦ୍ୟୁତ ବିଭାଗ ପକ୍ଷରୁ ଏକ ଷ୍ଟଲ ଖୋଲା ଯାଇ ଯେଉଁ ପରିବାର ଗୁଡିକ ବିଦ୍ୟୁତ ସେବାର ବଞ୍ଚିତ ରହିଛନ୍ତି ସେମାନଙ୍କ ଠାରୁ ଦରଖାସ୍ତ ଗ୍ରହଣ କରାଯାଇଥିବାର ଦେଖାଯାଇଥିଲା । ଏହି ପିଠା କାର୍ଯ୍ୟକ୍ରମରେ ମହିଳା ସ୍ୱୟ ସହାୟକ ଗୋଷ୍ଠୀ ପକ୍ଷରୁ ବିଭିନ୍ନ କିସମର ପିଠା ତିଆରି କରାଯାଇ ପ୍ରଦର୍ଶିତ କରାଯାଇଥିଲା । ଶତାଧିକ ପୁରୁଷ ମହିଳା ଏହି ପିଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
KHELAURA PANCHAYATRE KRUSHI O PANCHAYAT RAJ MANTRI PITHA KARYAKRAMARA UDJAPAN KALE
BY - DHIRENDRA SENAPATI ( DELANGA )
SAKHIGOPAL NEWS