ବିଦ୍ଯାଳୟର ରୌପ୍ଯ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକର ବଳରାମପୁରଗଡ ଗ୍ରାମ ପଞ୍ଚାୟତର ମାଳସାହିରେ ଥିବା ପଞ୍ଚସଖା ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ରୌପ୍ୟ ଜୟନ୍ତୀ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ମୁତି ରଂଜନ ଦାଶ ବୈଠକରେ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ଗ୍ରାମବାସୀ ଓ ଶିକ୍ଷକ ମାନେ ଯୋଗଦେଇଥିଲେ । ରୌପ୍ୟ ଜୟନ୍ତୀ ପାଳନ ପାଇଁ ବିଭିନ୍ନ ବିସୟରେ ଆଲେଚନା କରାଯାଇଥିଲା । ଆଗାମୀ ଜାନୁୟାରୀ ୧୫ ଓ ୧୬ ଦୁଇଦିନ ଧରି ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଳନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ମାନସ କୁମାର ପଣ୍ଡା, ଲୋକନାଥ ଦାଶ, ଅରୁଣ କୁମାର ରାଉତ, ତ୍ରିଲୋଚ ନନ୍ଦ ପ୍ରମୁଖ ଉପସ୍ଥତ ରହି ରୌପ୍ୟ ଜୟନ୍ତୀ ପାଳନ ପାଇଁ ଖସଡା ପ୍ରସ୍ତୁତି କରିଥିଲେ । ଜିତେନ୍ଦ୍ର କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
BIDYALAYA RE RAUPYA JAYANTI PALAN PAIN PRASTUTI BAITHAKA
NEWS BY - DHIRENDRA SENAPATI ( SAKHIGOPAL )
SAKHIGOPAL NEWS