Breaking News

ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟରେ ବିଶ୍ୱ ସଂସ୍କୃତ ଦିବସ ପାଳିତ



ସାକ୍ଷୀଗୋପାଳ---- ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି  । ଅତିଥି ମାନେ ପ୍ରଥମେ ପୁଣ୍ଯାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ  ମାଲ୍ଯାର୍ପଣ କରିବା ପରେ ବିଦ୍ଯା ଦାତା ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ମାଲ୍ଯାର୍ପଣ ଧୂପ ଦାପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।   ବିଦ୍ଯାଳୟର  ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ମୁଖ୍ଯଅତିଥି ଭାବେ ଯୋଗଦେଇ ସମସ୍ତ ଭାଷାର ଜନନୀ ହେଉଛି ସଂସ୍କୃତ ଭାଷା ,  ବୈଦିକ ଯୁଗ ଠାରୁ ଆରମ୍ଭ କରି ଆଜିର ଅତ୍ୟାଧୁନିକ ଯୁଗ ରେ ସଂସ୍କୃତ ଭାଷା ରହିଛି  ଓ ରହିବ ବୋଲି  ମୁଖ୍ଯ ଅତିଥି ଶ୍ରୀମତୀ ସେନାପତି ମତପ୍ରକାଶ କରିଥିଲେ  ।  ମଠସାହି ଉଚ୍ଚ ବିଦ୍ଯାଳୟ ସଂସ୍କୃତ ଶିକ୍ଷକ ଯୁଧିଷ୍ଠିର ପ୍ରଧାନ ମୁଖ୍ଯ ବକ୍ତା ଭାବେ ଯୋଗଦେଇ  ସଂସ୍କୃତ ହେଉଛି ଦେବ ଭାଷା ଆଗ କାଳରେ ସଂସ୍କୃତ ହିଁ ଗୋଟିଏ ଭାଷା ପ୍ରଚଳିତ ହେଉଥିଲା  ବୋଲି ସେ ତାଙ୍କ ଭାଷଣରେ କହିଥିଲେ  । ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଚକ୍ରଧର ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ବିଦ୍ଯାଳୟର ସଂସ୍କୃତ ଶିକ୍ଷୟତ୍ରୀ କିଷ୍ଣାପ୍ରିୟା ଦାଶ  କାର୍ଯ୍ଯକ୍ରମ ସଂଯୋଜନା କରିଥିଲେ  । ଶିକ୍ଷୟତ୍ରୀ ନିହାରିକା ସେନାପତି ଧନ୍ଯବାଦ ଦେଇଥିଲେ  । ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ  ।

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୮/୨୦୨୫----୮,୧୦ Sakhigopal News,8/8/2025

Blog Archive

Popular Posts