Breaking News

ରକ୍ତ ଦାନ ଶିବିର

କୋଣାର୍କ -----ପୁରୀ ଜିଲ୍ଲା ଗୋପ ବ୍ଲକ୍ କୁଶୁପୁର ଯୁବ ପରିଷଦରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଗୋପ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଣ୍ଡା ଏହି ଶିବିରକୁ ଉଦଘାଟନ କରି ଉପସ୍ଥିତ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ରକ୍ତଦାନ ପରି ଏକ ମହତ୍ କାର୍ଯ୍ୟରେ  ନିଜକୁ ସାମିଲ୍ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୋପ କଲେଜର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟୋଇ , ବିଭୂତି ଭୂଷଣ ସେନାପତି,  ବିବେକନନ୍ଦ କେନ୍ଦ୍ର ହୋମିଓପାଥି ଚିକିତ୍ସାଳୟର ଡାଃ ବିଧୁଭୁଷଣ ମହାନ୍ତି, ଗୋପ ମଣ୍ଡଳ ପଶୁ ଚିକିତ୍ସାଧିକାରୀ ଡାଃ ଲକ୍ଷ୍ମୀନାରାୟଣ ମହାନ୍ତି ଉପସ୍ଥିତ ରହି ରକ୍ତଦାନ ମାନଙ୍କୁ ଉତ୍ସାହିତ କରିଥିଲେ l ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ ବ୍ଳଡ଼ ବ୍ୟାଙ୍କ୍ ର ଅଧିକାରୀ ମାନେ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ଏହି ଶିବିରକୁ ଯୁବ ପରିଷଦର ସଭାପତି ଆଶିଷ କୁମାର ସ୍ଵାଇଁ, ଉପ ସଭାପତି ପ୍ରବୋଧ ଚନ୍ଦ୍ର ରାଉତରାୟ, ସମ୍ପାଦକ ଶାଶ୍ୱତ ରଞ୍ଜନ ପ୍ରଧାନ, ଜ୍ୟୋତି ପଣ୍ଡା, ନିରଞ୍ଜନ ସ୍ଵାଇଁ, ମନ୍ଦିପ୍ ପାଇକରାୟ, ଲକ୍ଷ୍ମୀକାନ୍ତ ଦଳାଇ, ସତ୍ୟବ୍ରତ ପରମାଣିକ ପ୍ରମୁଖ ପରିଚାଳନା କରିଥିଲେ l
ନିମାପଡାରୁ ଜୟନ୍ତ ସେଠୀ
RAKTA DANA SIBIRA
NEWS BY - JAYANTA SETHI ( NIMAPADA )
SAKHIGOPAL NEWS

Blog Archive

Popular Posts