Breaking News

ଶାନ୍ତି ଶୃଙ୍ଖଳାରେ ପଞ୍ଚାୟତ ସମିତି ବୈଠକ ଶେଷ


 ଡେଲାଙ୍ଗ --- ଡେଲାଙ୍ଗ ବ୍ଳକ ପରିସରରେ ଥିବା ବିଜୁ ପଟ୍ଟନାୟକ ସମ୍ମଳନୀ ପ୍ରକୋଷ୍ଠରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ସଭାପତିତ୍ୱ କରିଥିଲେ । ବିଡିଓ କ୍ଷୀରୋଦ ପ୍ରଧାନ ନୂତନ ବର୍ଷର ଅଭିନନ୍ଦନ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଜଣାଇବା ସହ ବୈଠକରେ ସ୍ୱାଗତ ଭାଷଣ ଦେଇଥିଲେ । ଗ୍ରାମ ପଞ୍ଚାୟତ ସମ୍ପସାରଣ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପୂର୍ବ ବୈଠକର ବିବରଣୀ ପାଠ କରି ଗୃହୀତ କରିଥିଲେ । ବୈଠକ ଆରମ୍ଭରୁ ଅଧିକାଂଶ ସମିତିସଭ୍ୟ ଓ ସରପଞ୍ଚ ମାନେ ଅଭିଯୋଗ ଆଣିଥିଲେ ଯେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର କାମ ୪ ମାସ ହେବ ସରିଥିଲେ ମଧ୍ୟ ବିଲ ମିଳିବାରେ ବିଳମ୍ବ ହୋଉଛି । ଜିଆରଏସ, ଗ୍ରାମ ପଞ୍ଚାୟତ ଅଧିକାରୀ ମାନେ ସହଯୋଗ ନ କରିବାରୁ ଯାହା ଫଳରେକି ହିତାଧିକାରୀ ମାନେ ପ୍ରୋସହନ ରାଶି ପାଇବାରୁ ବଞ୍ଚିତ ହୋଉଛନ୍ତି ବୋଲି ଅଭିଯୋଗ କରିଥିଲେ । ସେହିପରି ବେରବୋଇ ସମିତିସଭ୍ୟ ଅଭିମନ୍ୟୁ ରାଉତ ଅଭିଯୋଗ କରିଥିଲେ ଯେ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ନ ଆସିବାରୁ ପଞ୍ଚାୟତ କାର୍ଯ୍ୟାଳୟ ଅଧିକାଂଶ ସମୟରେ ବନ୍ଦ ରହୁଛି ବୋଲି ଅଭିଯୋଗ କରିଥିଲେ । ବିଜୁପକ୍କା ଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟଦେଶ ଦିଆଯାଇଛି ମାତ୍ର ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନଥିବା ସେ କହିଥିଲେ । ଡେଲାଙ୍ଗରେ ସ୍ୱାସ୍ଥ୍ୟ ସେବା ସମ୍ପର୍ଣ୍ଣ ବିପର୍ଯ୍ୟସ୍ଥ ହୋଇ ପଡିଛି, ଡାକ୍ତର ନାହାନ୍ତି, ମେଡିସିନ ନାହିଁ ବୋଲି ଆଲେଚନା କରାଯାଇଥିଲା ।ଏ ସମ୍ପର୍କରେ ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ପାଇଁ ଏକ ରେଜୁଲେଶନ କରାଯାଇଥିଲା । ରେଙ୍ଗଳ ଗ୍ରାମ ପଞ୍ଚାୟତରେ ଏବେ ଠାରୁ ପାନୀୟ ଜଳର ଘୋର ଅଭାବ ଦେଖାଯାଇଛି ବୋଲି ସରପଞ୍ଚ କହିଥିଲେ । ଗୁଆଳିପଡା ସମିତିସଭ୍ୟ ବାସୁଦେବ ଜେନା ପ୍ରଶ୍ନ ଉଠାଇଥିଲେ ଯେ ଡେଲାଙ୍ଗ ଷ୍ଟେସନ ଠାରେ ଦୁଇଟି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରହିଛି । ଦୁଇଜଣ ଯାକ କହୁଛନ୍ତି ମୁଁ ଠିକ ସେ ଭୁଲ ପକୃତ ପକ୍ଷେ କିଏସେ ଭୁଲ ତାହା ତଦନ୍ତ କରାଯାଇ ଏହାର ସମାଧାନ କରାଯିବା ପାଇଁ ସେ ବୈଠକରେ ଅଧ୍ୟକ୍ଷଙ୍କ ନଜରକୁ ଆଣିଥିଲେ । ମହିଳା ଗୋଷ୍ଠୀ ମାନଙ୍କୂ ରାଶନ ସାମଗ୍ରୀବଣ୍ଟନକରିବା ପାଇଁ ଅନୁମତିଦେବା ପାଇଁ ଜିଲ୍ଲା ପରିଷଦ  ସଦ୍ଯସ ମାନେ ଦାବୀ କରୀଥୀଲେ । ଏହା ସହିତ ବିଭିନ୍ନ ବିସୟରେ ଆଲେଚନା କରାଯାଇଥିଲା ।  ଅନ୍ୟ ମାନଙ୍କ ମଧ୍ଯରେ ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି, ଦେବାଶିଷ ନନ୍ଦ, ସଭ୍ୟା ପୁଷ୍ପାଞ୍ଜଳି ସମାଲ, ଏବଡିଓ ପ୍ରଦୀପ୍ତ ନାୟକ, ସହକାରୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ସିଡିପିଓ କାମୀନି ପ୍ରଭା ସ୍ୱାଇଁ,ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ସହ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ଉପସ୍ଥିତ ରହିଥିଲେ  । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପଶୁ, ଉଦ୍ୟାନ, ମତ୍ସ୍ୟ, ପାନୀୟଜଳ, ଜଙ୍ଗଲ, ବିଦ୍ୟୁତ ଆଦି ବିାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଡେଲାଙ୍ଗ ଥାନା ଆଇଆଇସି ଅଶିତ କୁମାର ମହାନ୍ତି ସଦଳବଳେ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
SANTI SRUNKHALA RE PANCHAYAT SAMITI BAITHAKA SESA
NEWS BY - DHIRENDRA SENAPATI ( DELANGA )
SAKHIGOPAL NEWS

Blog Archive

Popular Posts